ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋବାଇଲ ପୋର୍ଟେବିଲିଟି ପାଇଁ ଏବେ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆଜ୍ଞା ହଁ ଟ୍ରାଇ ପକ୍ଷରୁ ମୋବାଇଲ ପୋର୍ଟେବିଲିଟି ଦରରେ ହ୍ରାସ କରାଯାଇଛି । ଏମଏନପିଏସପି ଦ୍ୱାରା ପୋର୍ଟ କରିବା ପାଇଁ ଦିଆଯାଇ ଥିବା ସେବା ପାଇଁ ପ୍ରତ୍ୟେକ ନେଣ ଦେଣର ଶୁଳ୍କ ଉପରେ ଟ୍ରାଇ ପକ୍ଷରୁ ହାରାହାରି ୬୬ ପ୍ରତିଶତ କାଟ୍ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଟ୍ରାଇ ର ପ୍ରସ୍ତାବ ଅନୁଯାୟୀ ଏମଏନପି ସେବା ପାଇଁ ଶୁଳ୍କ ଦର ୬.୪୬ ଟଙ୍କା ହେବ । ଏହାପୂର୍ବରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ପ୍ରଦାତାଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ପାଇଁ ପିପିଟିସି ଦର ପ୍ରତି ନେଣ ଦେଣ ରେ ୧୯ ଟଙ୍କା ରଖାଯାଇଥିଲା ।
ଏନେଇ ଟ୍ରାଇ ପକ୍ଷରୁ କୁହାଯାଇଛି କି, ସମସ୍ତ ଟିପ୍ପଣୀ ଏବଂ ରେକର୍ଡ ଥିବା ସୂଚନାକୁ ବିଚାର କରିବା ପରେ ସେପ୍ଟମ୍ବର ୩୦ରେ ମୋବାଇଲ ନମ୍ବର ପୋର୍ଟେବିଲିଟି ପ୍ରତି ପୋର୍ଟ ନେଣ ଦେଣ ଶୁଳ୍କ ଏବଂ ଡିପିଙ୍ଗ ଶୁଳ୍କ ନିୟମ, ୨୦୧୯ ଜାରି କରାଯାଇଛି । ସେହି ଅନୁଯାୟୀ ପ୍ରତ୍ୟେକ ପୋର୍ଟ ପାଇଁ ୬.୪୬ ଟଙ୍କାର ପିପିଟିସି ରଖାଯାଇଛି ।
ଜାନୁଆରୀ ହିସାବରେ ନୂତନ ଶୁଳ୍କ ଦର ୧୧ ନଭେମ୍ବର ୨୦୧୯ ରେ ଲାଗୁ ହେବ । ଗତ ସପ୍ତାହରେ ଟ୍ରାଇ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ନୂତନ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ଲାଗୁ କରିବା ପାଇଁ ତାରିଖ ଘୋଷଣା କରାଯାଇଥିଲା । ମୋବାଇଲ ନମ୍ବର ପୋର୍ଟେବିଲିଟି ଜରିଆରେ ଉପଭୋକ୍ତା ନିଜର ମୋବାଇଲ ନମ୍ବରକୁ ନବଦଳାଇ ନୂତନ ଅପରେଟ ସେବା ବାଛି ପାରିବେ ।