ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ସହି ନିଜକୁ ତୁଳନା କରିଛନ୍ତି ମଦ୍ୟ ସମ୍ରାଟ ବିଜୟ ମାଲ୍ୟା । ଗତ ଦୁଇ ଦିନ ହେବ ଅଚାନକ ସିଦ୍ଧାର୍ଥ ନିଖୋଜ ହେବା ପରେ ଆଜି ମାଙ୍ଗାଲୋର ସ୍ଥିତ ନେତ୍ରାବତୀ ନଦୀ କୂଳରୁ ସିଦ୍ଧାର୍ଥଙ୍କ ଶବ ଉଦ୍ଧାର କରିଛି ପୋଲିସ୍ ।
ସେପଟେ ସିଦ୍ଧାର୍ଥଙ୍କ ନିଖୋଜ ହେବା ପରେ ତାଙ୍କର ଏକ ଚିଠି ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ସମସ୍ତ ଅସୁବିଧା ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ସେ କମ୍ପାନୀରେ ହେଉଥିବା କ୍ଷତି ଏବଂ ଋଣ କଥା ବି ଉଠାଇଛନ୍ତି । କେବଳ ଏତିକି ନୁହେଁ ସେ ଆୟକର ବିଭାଗର ପୂର୍ବ ଡିଜିଙ୍କ ଚାପ ପକାଇବା କଥା କହିଛନ୍ତି ।
ଅପରପକ୍ଷେ ବିଜୟ ମାଲ୍ୟା ଟ୍ୱିଟ୍ କରି କହିଛନ୍ତି କି, ‘ମୁଁ ପରୋକ୍ଷ ଭାବେ ଭିଜି ସିଦ୍ଧର୍ଥଙ୍କ ସହିତ ସମ୍ବନ୍ଧିତ ଅଛି । ଜଣେ ଶ୍ରେଷ୍ଠ ବ୍ୟକ୍ତି ଏବଂ ଭଲ ଉଦ୍ୟମୀ । ତାଙ୍କ ଚିଠିରେ ଲେଖା ହୋଇଥିବା କଥାକୁ ନେଇ ମୁଁ ଦୁଖିତ । ସରକାରୀ ଏଜେନ୍ସି ଏବଂ ବ୍ୟାଙ୍କ ଯେକୌଣସି ବ୍ୟକ୍ତିକୁ ନିରାଶରେ ପକାଇ ପାରେ । ସମ୍ପୁର୍ଣ୍ଣ ଭାବେ ଦ୍ୱିତୀୟ ଥର ଟଙ୍କା ଭରିବା ପରେ ବି ଦେଖନ୍ତୁ ସେ ମୋ ସହିତ କଣ କରୁଛନ୍ତି । ଚାଲାକ ଏବଂ ଅବିଶ୍ୱସନୀୟ ।’
I am indirectly related to VG Siddhartha. Excellent human and brilliant entrepreneur. I am devastated with the contents of his letter. The Govt Agencies and Banks can drive anyone to despair. See what they are doing to me despite offer of full repayment. Vicious and unrelenting.
— Vijay Mallya (@TheVijayMallya) July 30, 2019
ବର୍ତ୍ତମାନ ବିଜୟ ମାଲ୍ୟା ବ୍ରିଟେନରେ ଅଛନ୍ତି ଏବଂ ତାଙ୍କ ଉପରେ ନଅ ହଜାର କୋଟି ଟଙ୍କା ର ଠକାମିର ଅଭିଯୋଗ ରହିଛି । ସେଠାରେ ସେ ପ୍ରତ୍ୟର୍ପଣ ମାମଲାର ସାମ୍ନା ବି କରୁଛନ୍ତି ।
ମାଲ୍ୟା ତାଙ୍କର ଅନ୍ୟ ଏକ ଟ୍ୱିଟ୍ ରେ କହିଛନ୍ତି କି , ‘ପଶ୍ଚିମଦେଶରେ, ଉଦ୍ଧାରକର୍ତ୍ତାଙ୍କୁ ଋଣ ସୁଝିବାରେ ସରକାର ଏବଂ ବ୍ୟାଙ୍କ ପକ୍ଷରୁ ସହାୟକ ମିଳୁଛି । କିନ୍ତୁ ମୋ ମାମଲାରେ ଋଣ ସୁଝିବାରେ ମୋର ସମସ୍ତ ପ୍ରୟାସ ଉପରେ ବାଧା ପକାଉଛନ୍ତି ।’
In Western Countries, Government and Banks help borrowers repay their debts. In my case they are obstructing every possible effort for me to repay my debt whilst competing for my assets. As far as the prima facie criminal case goes wait for the appeal granted.
— Vijay Mallya (@TheVijayMallya) July 30, 2019