ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ବର୍ଷ ଭିଭୋ କମ୍ପାନୀ ପକ୍ଷରୁ ଏକ ନୂତନ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ନେଇ ପ୍ରସ୍ତୁତି ଚାଲିଛି । ଏମଡବ୍ଲ୍ୟୁସି ୨୦୨୦ ରେ ଏକ ଇଭେଣ୍ଟ ପାଇଁ ମିଡିଆ ଇନଭିଟେସନ୍ ଦେବା ଆରମ୍ଭ କରିଛି କମ୍ପାନୀ । ବର୍ସିଲୋନାର ସ୍ପେନରେ ୨୪ ଫେବୃଆରୀ ରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଆୟୋଜିତ ହେବ । ଏଥିରେ ଭିଭୋ ତାର ଏକ ଫୋଲ୍ଡେବଲ ସ୍ମାର୍ଟଫୋନ୍ ଲଞ୍ଚ କରିପାରେ ।
ଫେବୃଆରୀ ୨୦୨୦ ରେ ଏମଡବ୍ଲ୍ୟୁସି ଲଞ୍ଚ ହେବାକୁ ଥିବା ନୂତନ ଡିଭାଇସର ଯୋଜନା ବିଷୟରେ ହୁଏତ ବିଶେଷ ସୂଚନା ମିଳିପାରି ନାହିଁ । ମାତ୍ର ନିମନ୍ତ୍ରଣ ପତ୍ରରେ ଡିଜାଇନ୍ ଏକ ବଡ ଭି ଆକାରର କରାଯାଇଛି, ଯାହା ଫୋଲ୍ଡେବଲ ସ୍ମାର୍ଟଫୋନ୍ କୁ ବୁଝାଉଛି । ଏହା ଭିଭୋ ଭି ସିରିଜ୍ କିମ୍ବା ନେକ୍ସସ ସିରିଜ୍ ରେ ଏକ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ବି ହୋଇପାରେ । ଏମଡବ୍ଲ୍ୟୁସି ୨୦୧୯ରେ , ଜାଓମି ପକ୍ଷରୁ ୟୁରୋପୀୟ ବଜାର ଉଦ୍ଦ୍ୟେଶରେ ଏକ ବଡ ଘୋଷଣା କରାଯାଇଥିଲା ।