ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ତାର ଏକ୍ସ୬୦ ର ନୂତନ ସ୍ମାର୍ଟଫୋନ୍ ଭିଭୋ ଏକ୍ସ୬୦ ପ୍ରୋ ପ୍ଲସ ଆଜି ଲଞ୍ଚ କରିବ । ବର୍ତ୍ତମାନ ଏହି ଫୋନ୍ କୁ ଚୀନ ରେ ଲଞ୍ଚ କରାଯିବ । ଫୋନ୍ କୁ ଭିଭୋ ଚାଇନାର ଅଫିସିଆଲ ୱେବସାଇଟ ରେ ଲିଷ୍ଟ କରାଯାଇଛି । ଏହାସହିତ ଏହି ଫୋନ୍ ର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି । କିନ୍ତୁ ଭାରତରେ ଭିଭୋ ର ଏହି ଫୋନ୍ କେବେ ଲଞ୍ଚ ହେବ ସେନେଇ କୌଣସି ସ୍ପଷ୍ଟିକରଣ ହୋଇନାହିଁ ।
ଈିଭୋ ଏକ୍ସ୬୦ ପ୍ରୋ ପ୍ଲସ ର ୬.୫୬ ଇଞ୍ଚ ର ଫୁଲ ଏଚଡି ପ୍ଲସ ଏମୋଲେଡ ଡିସପ୍ଲେ ଦିଆଯାଇଛି । ଯାହାର ରିଜ୍ୟୁଲେସନ ୧୦୮୦ଞ୍ଚ୨୩୭୬ ପିକ୍ସଲ ରହିଛି । ଏହା ଆଣ୍ର୍ଡ୍ରୋଏଡ ୧୧ ଉପରେ ଅଧାରିତ ଓରିଜିନଓଏସ ୧.୦ ରେ କାମ କରିବ । ଫୋନ୍ ରେ ୬ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ଦିଆଯାଇଛି । କନେକ୍ଟେଭିଟି ପାଇଁ ଭିଭୋ ଏକ୍ସ୬୦ ପ୍ରୋ ପ୍ଲସ ରେ ୫ଜି, ୪ଜି, ଏଲଟିଇ, ୱାଇଫାଇ, ବ୍ଲୁଟୁଥ ୫.୧, ଜିପିଏସ/ଏ-ଜିପିଏସ, ଏନଏଫସି ଏବଂ ୟୁଏସପି ଟାଇପ-ସି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି । ଫୋନଟିର ଦୁଇଟି କଲର ରହିଛି ଯେପରିକି କ୍ଲାସିକାଲ ଅରେଞ୍ଜ ଏବଂ ଡାର୍କ ବ୍ଲ୍ୟୁ ।
ସେହିପରି ଭିଭୋ ଏକ୍ସ୬୦ ପ୍ରୋ ପ୍ଲସ ର କ୍ୱାର୍ଡ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ପ୍ରାଇମେରୀ କ୍ୟାମେରା ସେଂସର ୫୦ ମେଗାପିକ୍ସଲ ରହିବ । ଏହାସହିତ ଏଥିରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।