ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପର୍ଯ୍ୟନ୍ତ ଭିଭୋ କମ୍ପାନୀ ତାର ଏକ୍ସ୮୦ ଏବଂ ଏକ୍ସ୮୦ ପ୍ରୋ ଭାରତରେ ଲଞ୍ଚ କରି ସାରିଛି । କମ୍ପାନୀ ପକ୍ଷରୁ ଏହି ଫ୍ଲାଗସିପ ଏକ୍ସ୮୦ ଲାଇନଅପରେ କିଛି ନୂତନ ସ୍ମାର୍ଟଫୋନ ଗ୍ଲୋବାଲି ଲଞ୍ଚ କରିବାର ଖବର ସାମ୍ନାକୁ ଆସିଛି । ଭିଭୋ ଏକ୍ସ୮୦ ସିରିଜ୍ ଭାରତରେ ୫୪୯୯୦ ଟଙ୍କାରୁ ଆରମ୍ଭ । ଏହାସହିତ ଏଥିରେ ଡାଇମେଂଶନ ୯୦୦୦ + ସ୍ନାପଡ୍ରାଗନ ୮ ଜେନ୍ ୧ ଏସଓସିଏସ ରହିଛି ।
ଏହି ଲାଇନଅପରେ ଭିଭୋ ଏକ୍ସ୮୦ ଲାଇଟ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ ।
– ଭିଭୋ ଏକ୍ସ୮୦ ଲାଇଟରେ ୬.୪୪ ଇଂଚର ଏମୋଲେଡ ଡିସପ୍ଲେ ଦିଆଯିବ । ଯେଉଁଥିରେ ଫୁଲ ଏଚଡି + ରିଜ୍ୟୁଲେସନ ।
– ଏହି ଫୋନରେ ୮ଜିିବ ର୍ୟାମ ଏବଂ ୨୫୬ଜିିବ ବିଲ୍ଟ-ଇନ୍ ଷ୍ଟୋରେଜ୍ ଏବଂ ଏକ୍ସଟ୍ରା ଷ୍ଟୋରେଜ୍ ପାଇଁ ମାଇକ୍ରୋଏସଡି କାର୍ଡ ସ୍ଲାଟ ମଧ୍ୟ ବ୍ୟବହାର କରିପାରିବେ ।
– ଡାଇମେଂଶନ ୯୦୦ ଚିପସେଟ୍ ଦିଆଯିବ
– ଏହି ସ୍ମାର୍ଟଫୋନ ଆଣ୍ଡ୍ରୋଏଡ ୧୨ ଓଏସ ରେ ସଂଚାଳିତ ହେବ ଏବଂ ଏଥିରେ ଫନ୍ ଟଚ୍ ଓଏସ ୟୁଆଇ କାମ କରିବ ।
– ଏହି ଫୋନରେ ସ୍କ୍ରିନକୁ ଫିଙ୍ଗରପ୍ରିଣ୍ଟ ସ୍କାନର ସହିତ ଇଂଟିଗ୍ରେଟେଡ କରାଯିବ ।