ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଏଟିଏମ୍ ରୁ ଟଙ୍କା ଉଠାଇବା ମହଙ୍ଗା ହୋଇପାରେ । ଆଜ୍ଞା ହଁ ଭାରତ ର ଏଟିଏମ ଅପରେଟର୍ସ ଆସୋସିଏସନ୍ ପକ୍ଷରୁ ଇଂଟରଚେଞ୍ଜ ଶୁଳ୍କ ବଢାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) କୁ ଦାବି କରାଯାଇଛି । ଯଦି ଏହି ଇଂଟରଚେଞ୍ଜ ଶୁଳ୍କ ବଢିଯାଏ, ତେବେ ଏଟିଏମ୍ ରୁ ଟଙ୍କା ଓଠାଇବା ମହଙ୍ଗା ହୋଇଯିବ ।
ଆସୋସିଏସନ୍ ର କହିବାନୁଯାୟୀ, ଏଟିଏମ୍ ଚଲାଉଥିବା କମ୍ପାନୀ ଗୁଡିକୁ କୌଣସି ଫାଇଦା ହେଉ ନାହିଁ, ସେଥିପାଇଁ ନଗଦ ଟଙ୍କା ଉଠାଣରେ ଇଂଟରଚେଞ୍ଜ ଫି ବଢାଇବାର ଆବଶ୍ୟକତା ରହିଛି ।
ଅପରପକ୍ଷେ ଆରବିଆଇ ପକ୍ଷରୁ ପ୍ରତି ଗ୍ରାହକଙ୍କ ପାଇଁ ମାଗଣା ଟ୍ରାଞ୍ଜାକ୍ସନର ଅଧିକତମ ସୀମା ପାଞ୍ଚ ଥର ରହିଛି ଏବଂ ପ୍ରତି ଟ୍ରାଞ୍ଜାକ୍ସନରେ ଇଂଟରଚେଞ୍ଜ ଫି ୧୫ ଟଙ୍କା ରଖାଯାଇଛି ।