ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ତାର ନୋଟ ୧୦ ସିରିଜ୍ ଭଳି ଆଉ ଏକ ସ୍ମାର୍ଟଫୋନ୍ ଏମଆଇ ନୋଟ ୧୦ ଲାଇଟ ଲଞ୍ଚ କରିଛି । ଅନ୍ୟ ମଡେଲ ଅପେକ୍ଷା ଏହି ସ୍ମାର୍ଟଫୋନ୍ ଦାମ କମ ରହିଛି । ଏହି ଫୋନ୍ ରେ ୬୪ ମେଗାପନିକ୍ସଲ ର ପ୍ରାଇମେରୀ କ୍ୟାମେରା ସେଂସର ରହିଛି ।
ଏମଆଇ ନୋଟ୍ ୧୦ ରେ ୬ଜିବି ର୍ୟାମ, ୬୪ ଜିବି ଇଂଟରନାଲ ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୨୮, ୫୦୦ ଟଙ୍କା ରହିଛି । ସେହିପରି ୬ଜିବି ର୍ୟାମ, ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୩୨, ୫୦୦ ଟଙ୍କା ରହିଛି । ଏହାକୁ ମେ ମାସ ତୃତୀୟ ସପ୍ତାହରେ ବଜାରରେ ଉପଲବ୍ଧ କରାଯିବ ।
ଏମଆଇ ନୋଟ ୧୦ ଲାଇଟ ର ସ୍ପେସିଫିକେସନ୍:
ଡିସପ୍ଲେ ୬.୪୭ ଇଂଚର ୩ଡି କବ୍ଡ ଆମୋଲେଡ, ପ୍ରୋସେସର କ୍ୱାଲକମ୍ ସ୍ନାପଡ୍ରାଗନ ୭୩୦ଜି, ଅପରେଟିଙ୍ଗ ସିଷ୍ଟମ ଆଣ୍ଡ୍ରୋଏଡ ୧୦ ବେସ୍ଡ ଏମଆଇୟୁଆଇ ୧୧, ଫ୍ରଣ୍ଟ କ୍ୟାମେରା ୩୨ ଏମପି, ବ୍ୟାଟେରୀ ୫୨୬୦ଏମଏଏଚ, ୩୦ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ।