ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବର୍ତ୍ତମାନ ସାଓମୀ ତାର ଅପକମିଂ ଏମଆଇ ୧୨ ସିରିଜ୍ ର ସ୍ମାର୍ଟଫୋନ ଉପରେ କାମ କରୁଛି । ଯାହାକୁ ବହୁତ ଶୀଘ୍ର ବଜାରରେ ଲଞ୍ଚ କରାଯାଇପାରେ । ଲଞ୍ଚ ପୂର୍ବରୁ କିଛି ରିପୋର୍ଟରେ ଏହି ସିରିଜ୍ ସ୍ମାର୍ଟଫୋନର ଫିଚର୍ସ ଲିକ ହୋଇଛି ।
ଋିପୋର୍ଟ ମୁତାବକ, ଏମଆଇ ୧୨ ଅଲ୍ଟ୍ରା ରେ ୨୦୦ ମେଗାପିକ୍ସଲର ମେନ୍ କ୍ୟାମେରା ଦିଆ ଯାଇପାରେ । ଏହାବ୍ୟତିତ ଆହୁରି ମଧ୍ୟ କୁହାଯାଉଛି କି ଏହି କ୍ୟାମେରା ଜେଅସ କମ୍ପାନୀର ହେବ ବୋଲି । ସେହିପରି ଯଦି ପ୍ରୋସେସର କଥା କହିବା ତେବେ ଏହି ନୂତନ ସିରିଜ୍ ରେ କ୍ୱାଲକମ ସ୍ନାପଡ୍ରାଗନ ୮୯୮ ଫ୍ଲାଗସିପ ମୋବାଇଲ ପ୍ରୋସେସର ଦିଆଯିବ । ଡିସେମ୍ବର ପରେ ଏହା ଚୀନ୍ ରେ ଲଞ୍ଚ ହେବାର ସମ୍ଭାବନା ରହିଥିବା ବେଳେ ଏହା ପରେ ପରେ ତୁରନ୍ତ ଗ୍ଲୋବାଲ ସ୍ତରରେ ମଧ୍ୟ ଲ୍ଞ୍ଚ କରାଯାଇପାରେ । ଏମଆଇ ୧୨ ଅଲ୍ଟ୍ରାରେ ଡୁଆଲ ଡିସପ୍ଲେ ଦିଆଯିବାର ଆଶା କରାଯାଉଛି ।