ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଦିନର ପ୍ରତିକ୍ଷିତ ସାଓମିର ନୂତନ ଫୋନ୍ Mi Mix Alpha ଭାରତରେ ଲଞ୍ଚ ହେବା ପାଇଁ ପ୍ରସ୍ତୁତ । ସାଓମିର ଅଫିସିଆଲ ଭାରତୀୟ ପେଜ୍ ରେ କୁହାଯାଇଛି କି, ଚାଇନା ପରେ ଏବେ ଏମଆଇ ମିକ୍ସ ଆଲ୍ଫା ଭାରତରେ ବହୁତ ଶୀଘ୍ର ଲଞ୍ଚ ହେବ । ମାତ୍ର ଏନେଇ କମ୍ପାନୀ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ । ଅ୍ରଫିସିଆଲ ପେଜ୍ ରେ ଫୋନ୍ ର କିଛି ଲିଷ୍ଟ ଜାରି କରାଯାଇଛି ।
ଏହି ଫୋନ୍ ର ୟୁନିକ୍ ଡିଜାଇନ ପାଇଁ ଗ୍ରାହକ ଖୁବ୍ ଆକର୍ଷିତ । ଏହାକୁ ଗ୍ଳାସ ଫୋନ୍ ମଧ୍ୟ କୁହାଯାଇପାରିବ । ଏହି ଫୋନ୍ ର ବିଶେଷତ୍ୱ ହେଉଛି ଏଥିରେ ୭.୯୨ ଇଞ୍ଚ ର ଫ୍ଲେକ୍ସିବୁଲ OLED ଡିସପ୍ଲେ ରହିଛି । ଏହାସହିତ ୨୦୮୮ଞ୍ଚ୨୨୫୦ ପିକ୍ସଲ ଯୁକ୍ତ ରିଜୁଲେସନ, କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ ସମେତ ୧୨ ଜିବି ରାମ୍ରହିଛି । ସେହିପରି ଯଦି ଆମେ ସଫ୍ଟୱେୟର କଥା କହିବା ତେବେ Mi Mix Alpha ରେ MIUI ଆଲ୍ଫା ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି ।
ସବୁଠାରୁ ଖାସ୍ କଥା ହେଉଛି ଏହି ଫୋନ୍ ରେ ୧୦୮ ମେଗାପିକ୍ସଲର ଟ୍ରିପଲ ରିୟର କ୍ୟାମେରା ରହିଛି । ୨୦ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ ଆଙ୍ଗଲ କ୍ୟାମେରା, ୧୨ ମେଗାପିକ୍ସଲ ଟେଲିଫଟୋ କ୍ୟାମେରା ଏବଂ ୧୦୮ ମେଗାପିକ୍ସଲର ହାଇ ରିଜୁଲେସନ୍ କ୍ୟାମେରା ଦିଆଯାଇଛି । ମାତ୍ର ଏମଆଇ ମିକ୍ସ ଆଲ୍ଫାରେ ସେଲ୍ଫି କ୍ୟାମେରା ନାହିଁ ।