ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଣ୍ଡ୍ରୋଏଡ ଗୋ ଅପରେଟିଙ୍ଗ ସିଷ୍ଟମ ଚାଲିବାକୁ ଥିବା ଏହା କମ୍ପାନୀ ପ୍ରଥମ ସ୍ମାର୍ଟ ଫୋନ୍ । ଯାହାର ନାଁ ରହିଛି ଜରୟଜ୍ଞସ ଏକ୍ଟ । ଏଥିପାଇଁ ଲିଡିଙ୍ଗ ଇ କମର୍ସ ପକ୍ଷରୁ ଏକ ଡେଡିକେଟେଡ୍ ପେଜ୍ ପ୍ରସ୍ତୁତ ହୋଇଥିଲା ।
ଏହି ସ୍ମାର୍ଟଫୋନକୁ ଆପଣ ଏମଆଇ ର ଅଧିକାରିକ ଷ୍ଟୋର ବ୍ୟତିତ ଇ-କମର୍ସ ୱେବସାଇଟ୍ ରୁ କିଣି ପାରିବେ । ସ୍ମାର୍ଟଫୋନ୍ର ପ୍ରଥମ ବିକ୍ରି ମାର୍ଚ୍ଚ ୨୨ ରେ କରାଯିବ ।
ରେଡମି ଗୋ ର ବେସ୍ ଭ୍ୟାରିଏଣ୍ଟ (୧ ଜିବି/୮ ଜିବି) କୁ ୪୪୯୯ ଟଙ୍କାରେ ଲଞ୍ଚ କରାଯାଇଛି । ମାତ୍ର ଏହାର ଏକ ଅନ୍ୟ ଭ୍ୟାରିଏଣ୍ଟ(୨ ଜିବି/ ୩୨ ଜିବି) କୁ ଏବେ ଭାରତରେ ଲଞ୍ଚ କରାଯାଇ ନାହିଁ । ଏହି ଫୋନ୍ ର କଲର ଭ୍ୟାରଏଣ୍ଟଓ ବ୍ଲାକ ଏବଂ ବ୍ଲ୍ୟୁ ରହିଛି ।
ଏଥିରେ ୫ ଇଞ୍ଚିର ଏଚଡି ଡିସପ୍ଲେ ରହିଛି । ଏହାସହିତ କ୍ୱାଲକମ୍ ସ୍ନାପଡ୍ରାଗନ ୪୨୫ ଚିପସେଟର ପ୍ରୋସେସର । ୮ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ଏଲଇଡି ପ୍ଲେସ ସହିତ ସେଲଫି ପାଇଁ ୫ ମେଗାପିକ୍ସଲ କ୍ୟାମେରା । ଏହାବ୍ୟତିତ ପାୱା ପାଇଁ ଏଥିରେ ୩ ହଜାର ଏମଏଏଚ୍ ର ବ୍ୟାଟେରୀ ରହିଛି ।