ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ, ଟିଭି, ସ୍ପିକର୍ସ ଏବଂ ଏୟାର ପ୍ୟୁରିଫାୟର୍ସ ଭଳି ପ୍ରଡକ୍ଟସ ପରେ ଏବେ ଅଟୋମୋବାଇଲ ସେକ୍ଟରରେ ଏଣ୍ଟ୍ରି କରିବାର ପ୍ରସ୍ତୁତି କରୁଛି ଜଣାଶୁଣା ଟେକ୍ନୋଲଜି କମ୍ପାନୀ ସାଓମୀ । ରିପୋର୍ଟ ମୁତାବକ, ଅଗଷ୍ଟ ମାସରେ ସାଓମୀ ତାର ପ୍ରଥମ ଇଲେକ୍ଟ୍ରିକ ଗାଡି ର ପ୍ରୋଟୋଟାଇପକୁ ରିଭିଲ କରିପାରେ । ଏହାସହିତ ୨୦୨୪ ରେ ଏହି ଗାଡି ର ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିବ ବୋଲି ଶୁଣିବାକୁ ମିଳୁଛି ।
୨୦୨୧ ମସିହାରୁ ଇଲେକ୍ଟ୍ରିକ ଗାଡି ପ୍ରୋଜେକ୍ଟ ଉପରେ ସାଓମୀ କମ୍ପାନୀ କାମ କରି ଆସୁଛି । କମ୍ପାନୀ ତାର ଏହି ପ୍ରୋଜେକ୍ଟରେ ୧.୫ ବିଲିଅନ ଡଲାର ନିବେଶ କରିବ । ଏହାପରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୦ ବିଲିଅନ ଡଲାର ନିବେଶ କରିବାର ଯୋଜନା ରଖିଛି କମ୍ପାନୀ ।