ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଆପଣଙ୍କ ମୋବାଇଲ ୱାଲେଟ ଖାତା । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମ ମୁତାବକ ସାରା ଦେଶରେ କାର୍ଯରତ ଥିବା ୮୦ ପ୍ରତିଶତ ମୋବାଇଲ ୱାଲେଟକୁ ବନ୍ଦ କରି ଦିଆ ଯିବ ।
ସାରା ଦେଶରେ କାର୍ଯ୍ୟରତ ସମସ୍ତ ମୋବାଇଲ କମ୍ପାନୀଙ୍କୁ ଫେବୃଆର ୨୮ ତାରିଖ ସୁଧା ଗ୍ରାହକଙ୍କ କେୱାଇସି ପୂରଣ କରିବାକୁ ପଡିବ । ହୁଏତ ଏପର୍ଯ୍ୟନ୍ତ ଅଧିକାଂଶ କମ୍ପାନୀ ତାଙ୍କର କେୱାଇସି ପୂରଣ କରି ନାହାନ୍ତି । ଇତି ମଧ୍ୟରେ ମାର୍ଚ୍ଚ ୧ ତାରିଖରୁ ମୋବାଇଲ ୱାଲେଟ୍ ବନ୍ଦର ଚିନ୍ତା ବଢି ଯାଇଛି ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ ୱାଲେଟ୍ ୟୁଜର୍ସଙ୍କୁ ଆଶ୍ୱାସନା ଦେଇ କହିଛନ୍ତି କି, ଫେବୃଆର ୨୮ ପରେ ୟୁଜର୍ସମାନଙ୍କ ୱାଲେଟରେ ଥିବା ଟଙ୍କା ଶେଷ ହେବ ନାହିଁ । ଏହି ଟଙ୍କାଙ୍କୁ ଆପଣ ଜିନିଷ କିଣିବାରେ ବ୍ୟବହାର କରିପାରିବେ । ଏହାବ୍ୟତିତ ଆପଣ ଟଙ୍କାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ପାରିବେ ।
ମାର୍ଚ୍ଚ ମାସ ୧ ତାରିଖ ପରଠାରୁ ବିନା କେୱାଇସି କୋଡ୍ ରେ ୱାଲେଟରେ ଟଙ୍କା ପକାଇ ପାରିବେ ନାହିଁ । ଏହାସହିତ ଆପଣ ଅନ୍ୟ କାହାରିକୁ ଟଙ୍କା ପଠାଇ ପାରିବେ ନାହିଁ । ସମସ୍ତ ମୋବାଇଲ ୱାଲେଟ କମ୍ପାନୀଙ୍କୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି କି ସେମାନେ ତାଙ୍କ ଗ୍ରାହକଙ୍କର ଖୁବ୍ ଶୀଘ୍ର କେୱାଇସ ପ୍ରକ୍ରିୟା ପୂରଣ କରନ୍ତୁ ।
ଆରବିଆଇ ପକ୍ଷରୁ ଦେଶର ସମସ୍ତ ଲାଇସେନ୍ସ ପ୍ରାପ୍ତ ମୋବାଇଲ ୱାଲେଟ କମ୍ପାନୀଙ୍କୁ ତାଙ୍କ ଗ୍ରାହକଙ୍କର କେୱାଇସ ପୂରଣ କରିବାର ଶେଷ ସମୟ ଫେବୃଆରୀ ୨୦୧୮ ଦିଆଯାଇଥିଲା । ମାତ୍ର ଅଧିକାଂଶ କମ୍ପାନୀ ଆରବିଆଇର ଆଦେଶକୁ ପୂରଣ କରିପାରି ନାହାନ୍ତି । ଯଦି ଅଗାମୀ ଫେବୃଆର ଭିତରେ ଏହା ପୂରଣ ନହୁଏ ତେବେ ସାରା ଦେଶରେ ଅନେକ କମ୍ପାନୀରେ ମୋବାଇଲ ୱାଲେଟ ସେବା ବନ୍ଦ କରି ଦିଆଯିବ ।
ସାରା ଦେଶରେ ପେଟିଏମ୍, ମୋବିକ୍ୱିକ୍, ଏସବିଆଇ ୟୋନୋ, ଏଚଡିଏଫସି ପ୍ୟାଜେପ, ଏୟାରଟେଲ ମନି,ଚିଲ୍ଲର, ଓମେଜନ ପେ, ଫୋନ୍ ପେ ପ୍ରମୁଖ ମୋବାଇଲ ୱାଲେଟ କମ୍ପାନୀ ରହିଛି ।
ପେଟିଏମରେ କିଭଳି କରିବେ କେୱାଇସି:
ପ୍ରଥମେ ଆପଣ ପେଟିଏମ ଆପ୍ କୁ ଯାଇ କେୱାଇସିର ଆଇକନ୍ ଉପରେ କ୍କିକ୍ କରନ୍ତୁ । ଏହାପରେ ନିଜର ଆଧାର ନମ୍ବର ଏବଂ ନାଁ ଏଣ୍ଟର କରନ୍ତୁ । ଏହାକୁ କରିବା ପରେ କମ୍ପନୀ ପକ୍ଷରୁ ନାଁ , ଘର, ଅଫିସ ଠିକଣା ଏବଂ ପିନ୍ କୋଡ ମଗାଯିବ । ଏହାର ଦୁଇ ଚାରି ଦିନ ମଧ୍ୟରେ କମ୍ପାନୀର ପ୍ରତିନିଧି ମାନେ ଆପଣ ଦେଇଥିବା ଠିକଣାରେ ପହଁଚି ଭେରିଫାଇ କରିବେ ।