କର୍ଣ୍ଣାଟକ (ଏଟିଆର ବ୍ୟୁରୋ ) ; କର୍ଣ୍ଣାଟକ ଉପନିର୍ବାଚନରେ ବାଜି ମାରିଲା କଂଗ୍ରେସ – ଜେଡିଏସର ମେଣ୍ଟ । ଦୀପାବଳି ପୂର୍ବରୁ କଂଗ୍ରେସ ଓ ଜେଡିଏସର ମେଣ୍ଟ ନେଇ ଆସିଛି ନିଜ ସମର୍ଥକଙ୍କ ପାଇଁ ଆଉ ଏକ ଉତ୍ସବ । କର୍ଣ୍ଣାଟକ ଉପନିର୍ବାଚନରେ ୩ ଟି ଲୋକସଭା ଓ ୨ ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ଓ ଜେଡିଏସର ମେଣ୍ଟ ଅନେକ ସଫଳତା ହାସଲ କରିପାରିଛି ।
କର୍ଣ୍ଣାଟକରେ ମୋଟ ୫ ଟି ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଏଥିରେ ୪ ଆସନକୁ କଂଗ୍ରେସ- ଜେଡିଏସ ମେଣ ଜିତିନେଇଥିବା ବେଳେ ଗୋଟିଏ ଲୋକସଭା ଆସନକୁ ଅକ୍ତିଆର କରିପାରିଛି ବିଜେପି । କର୍ଣ୍ଣାଟକର ବଲ୍ଲାରୀ, ମାଣ୍ଡ୍ୟା, ଜାମ୍ଖଣ୍ଡି ଏବଂ ରାମନ୍ଗଡ଼ାରେ କଂଗ୍ରେସ- ଜେଡିଏସ ମେଣ୍ଟକୁ ବୃହତ୍ ସଫଳତା ମିଳିଥିବା ବେଳେ ଶିମୋଗା ଲୋକସଭା ଆସନରେ ବିଜେପି ବିଜୟ ଲାଭ କରିପାରିଛି ।
ତେବେ ବଲ୍ଲାରୀ ଆସନ ପୂର୍ବରୁ ବିଜେପିର କବଜାରେ ରହିଥିଲେ ହେଁ ମେଣ୍ଟ ଏହାକୁ ଛଡାଇନେଇଛି । କଂଗ୍ରେସ ଓ ଜେଡିଏସର ବିଜୟ ପରେ ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ମେଣ୍ଟ ସଫଳ ହୋଇଛି ବୋଲି କହିଛନ୍ତି । ଏହାସହ ମେଣ୍ଟର ଏପରି ୪-୧ର ବିଜୟକୁ ନେଇ ବିରାଟ କୋହଲିଙ୍କ ଟେଷ୍ଟ ବିଜୟ ସହ ତୁଳନା କରିଛନ୍ତି ପି . ଚିଦାମ୍ବରମ ା
ସୁଚନା ଯୋଗ୍ୟ , ଗତ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକର ମୋଟ ୨୨୪ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୪ ଟିରେ ବିଜୟ ଲାଭ କରିଥିଲା । ହେଲେ କଂଗ୍ରେସ ଓ ଜେଡିଏସର ମେଣ୍ଟ ହିଁ ନାଟକୀୟ ଢଙ୍ଗରେ ସରକାର ଗଢିଥିଲେ । ୨୦୧୪ ନିର୍ବାଚନରେ ବିଜେପି ମୋଟ ୨୩ ଟି ଲୋକସଭା ଆସନ ମଧ୍ୟରୁ ୧୭ ଟିରେ ବିଜୟ ଲାଭ କରିଥିଲା ।