ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ମାସ ସୁଦ୍ଧା ଶିଶୁଙ୍କୁ ମିଳିପାରେ କରୋନା ଟିକା । ଏଥି ପାଇଁ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଛି ବୋଲି ଆଇସିଏମଆର ଏନଆଇଭିର ନିର୍ଦ୍ଦେଶକ ପ୍ରିୟା ଆବ୍ରାହାମ କହିଛନ୍ତି । ଗତବର୍ଷ ଟିକା ଉତ୍ପାଦନ ପାଇଁ ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି । ଏହି ଟିକା ଉତ୍ପାଦନ ପାଇଁ ଭାରତ ବାୟେଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା ।
ବର୍ତ୍ତମାନ ଶିଶୁଙ୍କ ପାଇଁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ୍ ଟିକାର ଟ୍ରାଏଲ ଚାଲିଛି । ୨ ରୁ ୧୮ ବର୍ଷ ପିଲାଙ୍କ ଲାଜି ଉଦ୍ଦିଷ୍ଟ କୋଭାକ୍ସିନ ଫେଜ ୨ ଓ ଫେଜ ୩ ପ୍ରକ୍ରିୟା ଚାଲୁ ରହିଛି । ଖୁବ ଶୀଘ୍ର ଟ୍ରାଏଲ ଫଳାଫଳ ଆସିପାରେ । ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିଲେ ଟିକାଦାନ ଆରମ୍ଭ ହେବ।
ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା , ଯାହାକି ବ୍ୟବହାର ଉପଯୋଗୀ ହେବ । ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲ ଏମ ଆରଏନ ଟିକା ବାୟୋଲୋଜିକାଲ –ଇ-ଭ୍ୟାକ୍ସିନ , କ୍ରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବ । ଏହାସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଲପଲବ୍ଧ ହେବ ବୋଲି କୁହାଯାଇଛି ।