ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଦେଶର ସବୁଠାରୁ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନେଇ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ଜ୍ଝ ଏଭଲି କିଛି ତଥ୍ୟ ଦେଇଛି ସି ଭୋଟର । ବତ୍ତମାନର ପରିସ୍ଥିତିକୁ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁ ଥିରେ ସରକାରଙ୍କ ଉପରେ ଷଳାକ ମାନେ କେତେ ସନ୍ତୁଷ୍ଟ ଅଛନ୍ତି ତାହା ଜାରିବା ପାଇଁ ଏହି ସର୍ଭେ କରାଯାଇଥିଲା ।
ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୬୫% ଥିବାବେଳେ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ଜଣାପଡିଛି ଜ୍ଝ ଏହି ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ଭଗେଲ, ତୃତୀୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ରହିଛନ୍ତି । ସେହିପରି ସର୍ବନିମ୍ନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନେ ହେଲେ ହରିୟାଣାର ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟି.ଏସ୍ ରାୱତ ଏବଂ ପଞ୍ଜାବର ଅମରିନ୍ଦର ସିଂ ରହିଛନ୍ତି ।