ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଅର୍ଥାତ ସିଡିଏସର ନା’ ଖୁବଶୀଘ୍ର ଘୋଷଣା ହୋଇପାରେ । ସିଡିଏସ ମୁତୟନ ହେଲେ ସେ ସ୍ଥଳ ସେନା, ନୌସେନା ଓ ବାୟୁସେନା ମଧ୍ୟରେ ଉତ୍ତମ ତାଳମେଳ ରଖିବେ । ମିଳିଥିବା ସୂଚନା ମୁତାବକ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ଚିଫ ଡିଫେନ୍ସ ଷ୍ଟାଫର ପଦ ଗଠନ ଲାଗି ସୁରକ୍ଷା ସମ୍ବନ୍ଧିତ ମାମଲାର ମନ୍ତ୍ରୀମଣ୍ଡଳ (ସିସିଏସ)ର ରିପୋର୍ଟକୁ ସ୍ୱୀକାର ପ୍ରଦାନ କରିଛନ୍ତି । ସିସିଏସର ରିପୋର୍ଟକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥାପନ କରିଥିଲେ ।
Delhi: Jammu and Kashmir Lt Governor GC Murmu, Army Chief General Bipin Rawat and CRPF DG Rajeev Rai Bhatnagar have reached Home Ministry for a high level meeting. pic.twitter.com/usWPpoYG0I
— ANI (@ANI) December 24, 2019
ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ତିନି ସେନାର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ମୁତାବକ, ମୁତୟନ ହେବାକୁଥିବା ଦେଶର ପ୍ରଥମ ସିଡିଏସ ପଦ ପାଇଁ ସଂପ୍ରତି ସ୍ଥଳ ସେନାର ପ୍ରମୁଖ ଜେନେରାଲ ବିପିନ ରାୱତଙ୍କ ନାମ ଉପରେ ରହିଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟକୁ ସିଡିଏସ ସିଧା ସଳଖ ରିପୋର୍ଟ କରିବା ସହ ସୁରଓା ସମ୍ବନ୍ଧିତ କ୍ୟାବିନେଟ ବୈଠକରେ ସୈନ୍ୟ ବଳ ପକ୍ଷରୁ ସମସ୍ତ ପରାମର୍ଶ ଦେବେ । ଚିଫ ଅଫ ଡିଫେନ୍ସ ଷ୍ଟାଫ ପଦବୀ ପୂର୍ବରୁ ଅନେକ ଦେଶରେ ରହିଛି । ଆମେରିକା, ଚୀନ, ଜାପାନ, ୟୁନାଇଟେଡ଼ କିଙ୍ଗଡମ ଭଳି ଦେଶରେ ରହିଛି । ତେବେ ତତ୍କାଳୀନ ଉପପ୍ରଧାନ ମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ଏହି ପଦବୀ ପାଇଁ ସୁପାରୀଶ କରିଥିଲେ । ତେବେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦବୀ ଘୋଷଣା କରିଥିଲେ ।