ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଡିଟିଏଚ୍ ର କେବୁଲ ନିୟମ ଉପରେ ଟ୍ରାଇ କୁ ଦେଶର ଦୁଇଟି ହାଇକୋର୍ଟରୁ ଝଟକା ମିଳିଛି । ଏହାଦ୍ୱାରା ବର୍ତ୍ତମାନ ଟିଭି ଦର୍ଶକଙ୍କୁ ଉପଶମ ମିଳିଯାଇଛି । ମାତ୍ର ଏହି ମାମଲାରେ ହୁଏତ ଆଜି ହିଁ ଶୁଣାଣି ହେବାର ଅଛି ।
ଦେଶର ଦୁଇଟି ପ୍ରମୁଖ ହାଇକୋର୍ଟ କୋଲକତା ଏବଂ ବମ୍ବେ ହାଇକୋର୍ଟ ପକ୍ଷରୁ ଟ୍ରାଇର ନିଷ୍ପତି ଉପରେ ରୋଗ ଦିଆଯାଇଛି । କୋଲକାତା ହୋଇକୋର୍ଟ କୋଲକାତାର ୮୦ ପ୍ରତିଶତ କେବୁଲ ଅପରେଟର୍ସଙ୍କ ତରଫରୁ ଦାଖଲ ହୋଇଥିବା ପିଟିସନ୍ ଉପରେ ଶୁଣାଣି କରି ନ୍ୟାୟମୂର୍ତ୍ତି ଅରବିନ୍ଦ ସିହ୍ନାଙ୍କ ପୀଠ ପକ୍ଷରୁ ସମୟ ସୀମାକୁ ୧୮ ଫେବୃଆରକୁ ଘୁଞ୍ଚାଇ ଦିଆଯାଇଛି ।
ଅତିରିକ୍ତ ମହାସଚିବ କୌଶିକ ଚନ୍ଦା ଟ୍ରାଇ ର ପକ୍ଷ ରଖି କହିଛନ୍ତି କି ରାଜସ୍ୱ ବ୍ୟବସ୍ଥା ହିସାବରେ ସୁନିଶ୍ଚିତ କରାଯାଇଛି କି ଏମଏସଓ କୁ ୫୫ ପ୍ରତିଶତରୁ ଅଧିକ ଏବଂ ଏଲସିଓ କୁ ୪୫ ପ୍ରତିଶତରୁ କମ ସେୟାରହୋଲଡିଂ ମିଳି ନାହିଁ । ହୁଏତ ସ୍ଥାନୀୟ କେବୁଲ ଅପରେଟର ଦାବି କରିଛି କି ରାଜସ୍ୱ ସେୟାର କରିବା ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ବହୁପ୍ରଣାଳୀ ଅପରେଟର ପକ୍ଷଭୁକ୍ତ ।
ବମ୍ବେ ହାଇକୋର୍ଟ କେବୁଲ ଅପରେଟର ସଂଘ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରି କହିଛନ୍ତି କି ଟ୍ରାଇର ଆଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । କୋର୍ଟ ପକ୍ଷରୁ କୋଲକାତା ହାଇକୋର୍ଟର କପିକୁ ଜମା କରିବା କରିବା ପାଇଁ କୁହାଯାଇଛି ।
ଖବରମୁତାବକ, କେବୁଲ ଟିଭି ଏବଂ ଡିଟିଏଚ୍ ଦ୍ୱାରା ଟ୍ରାଇର ନୂତନ ନିୟମ ଫେବୃଆରୀ ୧ ରେ ଲାଗୁ ହେବାକୁ ଥିଲା । ଏହି ହିସାବରେ ପ୍ରତ୍ୟେକ ବ୍ରୋଡକାଷ୍ଟର ନିଜ ଚ୍ୟାନଲରେ ଅଲଗା ଅଲଗା ଖାତା ପ୍ରସ୍ତୁତ କରିଛନ୍ତି । ଏଥିରେ ପେ ଏବଂ ଏଚଡି ଚ୍ୟାନେଲ ବି ସାମିଲ ଅଛି । ଷ୍ଟାର୍ ପ୍ଲସ, ସୋନି, ଜୀ, ଆଣ୍ଡ୍ ଟିଭି, କଲର୍ସ ଆଦି ଚ୍ୟାନେଲ ପେ କାଟେଗୋରୀ ଆସୁଛି । ଯଦି ଆପଣ ଏସଡି ସହିତ ଏଚଡି ଚ୍ୟାନଲ ଦେଖିବାକୁ ଚାହୁଁଛନ୍ତି ତେବେ ଏହାର ଫି ଅଲଗା ଦେବାକୁ ପଡିବ ।
ଟ୍ରାଇର ପ୍ରମୁଖ ଆରଏସ ଶର୍ମା କହିଛନ୍ତି କି ନୂତନ ପ୍ରସାରଣ ବ୍ୟବସ୍ଥାକୁ ଯିବା ପାଇଁ ଫେବୃଆରୀ ୧ ସମୟ-ସୀମାରୁ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାସହିତ ଡିଟିଏଚ୍ ଅପରେଟରଙ୍କୁ ସେ କହିଛନ୍ତି କି ଯଦି ଗ୍ରାହକ ଚାହୁଁଛନ୍ତି ତେବେ ପ୍ରଥମରୁ ନେଇଥିବା ଦୀର୍ଘକାଳୀନ ପ୍ରିପେଡ୍ ପ୍ୟାକ୍ କୁ ଜାରି ରଖାଯିବ । ଏହାର ଅର୍ଥ ଯଦି କୌଣସି ଗ୍ରାହକୁ ବର୍ଷିକିଆ ପ୍ଲାନ ରିଚାର୍ଜ କରିସାରିଛନ୍ତି ତେବେ ସେହି ପ୍ଲାନ୍ ଶେଷ ହେବା ପରେ ନୂତନ ପ୍ୟାକ୍ ବାଛିପାରିବେ ।