ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଡ ବଡ ଘୃଣ୍ୟ ଓ ଜଘନ୍ୟ ଅପରାଧ ପାଇଁ ଅପରାଧି ମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥାଏ । ଗତ ୪ବର୍ଷ ତୁଳନାରେ ୨୦୧୯ରେ ମୃତ୍ୟୁ ଦଣ୍ଡାଦେଶ କମ ହୋଇଛି । ୨୦୧୯ରେ ମୋଟ ୧୦୨ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ଫାଶୀ ଦଣ୍ଡାଦେଶ ହୋଇଥିବା ୧୦୨ ଜଣଙ୍କ ମଧ୍ୟରୁ ୪୦ ଜଣଙ୍କର ବୟସ ମାତ୍ର ୧୨ବର୍ଷରୁ କମ । ଦିନକୁ ଦିନ ନାବାଳକ ତଥା ଯୁବ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଛି । ସବୁଠାରୁ ବଡ କଥା ହେଲା ନାବାଳକମାନଙ୍କ ଦ୍ୱାରା ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ବଢିବାରେ ଲାଗିଛି ।
୨୦୧୯ ରେ ସବୁଠାରୁ ଅଧିକ ଫାଶୀ ଦଣ୍ଡାଦେଶ ରାଜସ୍ଥାନରେ ହୋଇଛି । ରାଜସ୍ଥାନରେ ସର୍ବାଧିକ ୧୩ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ୧୨, ମଧ୍ୟପ୍ରଦେଶରେ ୧୧, କର୍ଣ୍ଣାଟକରେ ୧୦, ପଶ୍ଚିମବଙ୍ଗରେ ୮, ଝାଡଖଣ୍ଡରେ ୮, ବିହାରରେ ୭, ଓଡ଼ିଶାରେ ୭, କେରଳରେ ୫, ଆସାମରେ ୪, ତାମିଲନାଡୁରେ ୪, ଏବଂ ତ୍ରିପୁରାରେ ସର୍ବନିମ୍ନ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।
ତଥ୍ୟ ଅନୁଯାଇ ୨୦୧୯ରେ ହୋଇଥିବା ଫାଶୀ ଦଣ୍ଡାଦେଶ ରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ ବୋଲି ଜଣା ପଡିଛି । ସମୁଦାୟ ଫାଶୀ ଦଣ୍ଡାଦେଶର ୫୨. ୯୩ ପ୍ରତିଶତ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ ।