ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାନୁଆରୀ ୧, ୨୦୨୩ ଜାନୁଆରୀ ପହିଲାରୁ ଦିଲ୍ଲୀ-ଏନସିଆରରେ ଶିଳ୍ପ, ଘରୋଇ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ କୋଇଲା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛି ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (ସିଏକ୍ୟୁଏମ) । ଅବଶ୍ୟ, ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ସ୍ୱଳ୍ପ ସଲଫର୍ କୋଇଲା ବ୍ୟବହାରକୁ ଏହି ନିଷେଧାଦେଶରୁ ମୁକ୍ତ କରାଯାଇଛି । ଏନସିଆର ର ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ଗୁଡିକରେ ବାର୍ଷିକ ପ୍ରାୟ ୧୭ ଲକ୍ଷ ଟନ୍ କୋଇଲା ବ୍ୟବହାର କରାଯାଏ, ।
ଆସନ୍ତା ବର୍ଷ ଠାରୁ ଦିଲ୍ଲୀ-ଏନସିଆରରେ କୋଇଲା ବ୍ୟବହାର ହେବ ନାହିଁ । ଜୁନ୍ ୩ ରେ ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି କି ଅକ୍ଟୋବର ୧ ରୁ ପିଏନଜି ଭିତ୍ତିଭୂମି ଏବଂ ସାମଗ୍ରୀ ଥିବା ଅଞ୍ଚଳରେ ଏବଂ ଜାନୁଆରୀ ୧, ୨୦୨୩ ଠାରୁ ଯେଉଁଠାରେ ପିଏନଜି ଯୋଗାଣ ଉପଲବ୍ଧ ନାହିଁ ସେଥିରେ କୋଇଲା ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ହେବ। ସିଏକ୍ୟୁଏମ କହିଛି କି,ଆସନ୍ତା ବର୍ଷ ଜାନୁୟାରୀ ପହିଲାରୁ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଇନ୍ଧନ ରୂପେ କୋଇଲା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ ।