ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗୌତମ ଗମ୍ଭୀରଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଅଛି ବୋଲି ଆପରୁ ତାଙ୍କ ବିପକ୍ଷରେ ନିର୍ବାଚନ ଳଢୁଥିବା ପ୍ରାର୍ଥୀ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଗତକାଲି ଠାରୁ ଚର୍ଚ୍ଚା ଜୋର ଧରିଥିିଲା । ତେବେ ଆଜି ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଗମ୍ଭୀର ବିନା ଅନୁମତିରେ ସେ ପୂର୍ବଦିଲ୍ଲୀରେ ଏକ ରାଲି କରିଥିବାରୁ ଗମ୍ଭୀରଙ୍କ ନାମରେ ଏକ ମାମଲା ରୁଜୁ କରିବାକୁ ନିର୍ବାଚନ କମିଶନ ରିଟର୍ଣ୍ଣି ଅଫସରଙ୍କୁ ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
କ୍ରିକେଟରରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ଚଳିତ ଥର ପୂର୍ବଦିଲ୍ଲୀରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଏହି ସଭା ୨୫ ତାରିଖରେ ହୋଇଥିଲା ଯାହା ଗୌତମ ବିନା ଅନୁମତିରେ କରିଥିବା ଜାଣି ନିର୍ବାଚନ କମିଶନ ଏହି ନିର୍ଦେଶ ଦେଇଛନ୍ତି । ବିନା ଅନୁମତିରେ ସେ ପୂର୍ବଦିଲ୍ଲୀର ଜଙ୍ଗପୁରାରେ ଏକ ସଭା କରିଥିଲେ । ଯାହା ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ ହୋଇଛି ।
ମାମଲା କୁ ନେଇ କମିଶନ କହିଛନ୍ତି ଗମ୍ଭୀର ଜଙ୍ଗପୁରରେ କରିଥିବା ଜନସଭା ପାଇଁ ଅନୁମତି ନେଇ ନାହାନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘନ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଗମ୍ଭୀର ଚଳିତଥର ଦିଲ୍ଲୀରେ ସବୁଠାରୁ ଧନୀ ପ୍ରାର୍ଥୀ ରହିଛନ୍ତି । ତାଙ୍କ ପାଖରେ ୧୪୭ କୋଟି ଟଙ୍କାର ସମ୍ପତି ଥିବା ପ୍ରାର୍ଥୀ ପତ୍ରରେ ଦର୍ଶାଇଛନ୍ତି । ଗମ୍ଭୀରଙ୍କ ବିପକ୍ଷରେ ଆପରୁ ଅତିଶ ଓ କଂଗ୍ରେସରୁ ଅରବିନ୍ଦର ସିଂ ପ୍ରାର୍ଥୀ ହୋଇଛନ୍ତି ।