ଆୟକର ବିଭାଗ କହିଛି ଯେ ଚଳିତ ଆର୍ଥିକ ବର୍ଷରେ ଏପର୍ୟ୍ୟନ୍ତ ୧.୯୩ କୋଟିରୁ ଅଧିକ ଟିକସଦାତାଙ୍କୁ ୧.୯୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି। ଏଥିମଧ୍ୟରୁ ୬୯,୬୫୩ କୋଟି ଟଙ୍କା ବ୍ୟକ୍ତିଗତ ଆୟକର ଅଧୀନରେ ଥିବା ଟିକସଦାତାଙ୍କୁ ଏବଂ କମ୍ପାନୀ ଟ୍ୟାକ୍ସକୁ ୨.୧୭ ଲକ୍ଷ ମାମଲାରେ ୧.୨୬ ଲକ୍ଷ କୋଟି ଟଙ୍କା ଫେରସ୍ତ କରାଯାଇଛି। ବିଭାଗ କହିଛି ଯେ ଏପ୍ରିଲ ୧, ୨୦୨୦ ରୁ ଫେବୃଆରୀ ୨୨, ୨୦୨୧ ପର୍ୟ୍ୟନ୍ତ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ୧,୯୫,୭୩୬ କୋଟିରୁ ଅଧିକ ଟଙ୍କା ୧.୯୩ କୋଟି ଟିକସଦାତାଙ୍କୁ ଫେରସ୍ତ କରିଛି।
କରୋନା କାଳରେ କରଦାତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସୂଚନାଯୋଗ୍ୟ, ଆୟକର ବିଭାଗ ପକ୍ଷରୁ କୁହାଯାଇଥିଲା କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା ହେବା ପରେ ଅର୍ଥ ଫେରସ୍ତ ପ୍ରକ୍ରିୟା ତ୍ୱରାନିତ ହୋଇଛି ।
୨୦୨୦ ମସିହାରେ ଆୟକର ବିଭାଗକୁ ଅର୍ଥ ଫେରସ୍ତ ପାଇଁ କାହାରିକୁ ଅନୁରୋଧ କରିବାକୁ ପଡିନଥିଲା । ଏନେଇ ସିବିଡିଟି କହିଛି କି, ଟିକସଦାତା ତୁରନ୍ତ ଇମେଲଗୁଡିକର ଜବାବ ଦେବା ଉଚିତ୍ । ଯାହାଫଳରେ ଯାହାର ରିଫଣ୍ଡ ହୋଇନାହିଁ ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ଏହି ପ୍ରକ୍ର୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ପ୍ରକ୍ରିୟାରେ କରାଯାଇଛି ।
କରଦାତା ସେମାନଙ୍କର ଆୟକର ରିଫଣ୍ଡ ର ବର୍ତ୍ତମାନ ସ୍ଥିତି ଜାଣିବା ପାଇଁ ଆୟକର ବିଭାଗର ଇ-ଫାଇଲିଙ୍ଗ ପୋର୍ଟାଲ ଅଥବା ଏନଏସଡିଏଲ ର ୱେବସାଇଟକୁ ଯାଇ ପାରିବେ ।