ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ସିବିଆଇକୁ ଡରୁଛନ୍ତି କି ଆନ୍ଧ୍ର ଓ ପଶ୍ଚିମବଙ୍ଗ ସରକାର ? କାହିଁକି ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ସିବିଆଇକୁ ମନା ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିବା ପରେ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଏ ନିଷ୍ପତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ନାଇଡୁ ଓ ମମତାଙ୍କ ନିଷ୍ପତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଯେଉଁମାନଙ୍କ ପାଖରେ ଲୁଚାଇବା ପାଇଁ ଅନେକ କିଛି ଅଛି ସେଇମାନେ ହିଁ ସିବିଆଇକୁ ନିଜ ରାଜ୍ୟରେ ପ୍ରବେଶକୁ ଡରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସମାଲୋଚନା କରି କହିଛନ୍ତି । ତେବେ କୌଣସି ରାଜ୍ୟର ଦୁର୍ନିତି ପ୍ରସଙ୍ଗରେ ସାର୍ବଭୌମତ୍ୱ ନାହିଁ ବୋଲି ସେ କହିଛନ୍ତି ।
Can’t wipe out scams by keeping out CBI: Arun Jaitley hits back at Mamata, Naiduhttps://t.co/OILH3IUTvq pic.twitter.com/2spbjEWZsJ
— Hindustan Times (@htTweets) November 17, 2018
ସୂଚନାଯୋଗ୍ୟ ଯେ , ସିବିଆଇକୁ ନିଜ ରାଜ୍ୟରେ ପ୍ରବେଶ ଉପରେ ଗତକାଲି କଟକଣା ଲଗାଇଥିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାପରେ ଆନ୍ଧ୍ର ଦେଖାଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ସିବିଆଇକୁ ନିଜ ରାଜ୍ୟ ଭିତରକୁ ବିନା ଅନୁମତିରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ଷେତ୍ରରେ ହିଁ କୌଣସି ମାମଲାର ତର୍ଯ୍ୟମା ପାଇଁ ସିବିଆଇ ଏହ ରାଜ୍ୟ ମାନଙ୍କୁ ବିନା ଅନୁମତିରେ ପ୍ରବେଶ କରିପାରିବ ବୋଲି ଜଣାପଡିଛି ।
ଖାଲି ସେତିକି ନୁହେଁ ଏହା ଭିତରେ ସିବିଆଇକୁ ମମତା ଓ ନାଇଡୁ ଡରୁଥିବା ନେଇ ପ୍ରଶ୍ନ ଉଠୁଛି । ଅରୁଣ ଜେଟଲିଙ୍କ କହିବା ଅନୁସାରେ ନିଜ ପାଖରେ ଅନେକ କିଛି ଲୁଚାଇବାକୁ ଥିଲେ ସିବିଆଇର ପ୍ରବେଶ ଉପରେ ରୋକ ଲଗାଇବାକୁ କିଛି ରାଜ୍ୟ ନିଷ୍ପତି ନେଇଛନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି ।