ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୌଣସି ଜୁରୁରୀ କାଳୀନ ପରିସ୍ଥିତିରେ ଯଦି ଆପଣ କାହାଠୁ ଉଦ୍ଧାର ନେଉଛନ୍ତି ତେବେ ଆଗାମୀ ଦିନରେ ଅସୁବିଧାରେ ପଡି ପାରନ୍ତି । କାରଣ ସରକାରଙ୍କ ପକ୍ଷରୁ ଏକ ନୂଆ ଅଧ୍ୟାଦେଶ ଜାରି ହେବାକୁ ଯାଉଛି, ଏହି ନିୟମ ଲାଗୁ ହେବା ପରେ କୋ-ଅପରେଟିଭ୍ ସୋସାଇଟି, ଚିଟଫଣ୍ଡ ରୁ ଟଙ୍କା ଯୋଗାଡ କରିବା ବି ମହଙ୍ଗା ପଡିବ । କେବଳ ଏତିକି ନୁହେଁ ବ୍ୟବସାୟୀ ଏବଂ ଚ୍ୟାରିଟେବୁଲ ସଂସ୍ଥାରୁ ବ୍ୟକ୍ତଗତ ଆବଶ୍ୟକତା ପୂରଣ ପାଇଁ ସହଜରେ ଟଙ୍କା ନେଇ ପାରିବେ ନାହିଁ ।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ବହୁତ ଶୀଘ୍ର ଏକ ନୂତନ ଅଧ୍ୟାଦେଶ ନେଇ ଆସୁଛନ୍ତି । ଏହାପରେ ଚିଟଫଣ୍ଡ କମ୍ପାନୀ ବ୍ୟତିତ କୋ-ଅପରେଟିଭ୍ ସୋସାଇଟିରେ ଟଙ୍କା ଜମା କରିବା ପାଇଁ କଷ୍ଟ ହୋଇ ଯିବ । ଅନିୟନ୍ତ୍ରିତ ଡିପୋଜିଟ୍ ସ୍କିମ୍ ଅଧ୍ୟାଦେଶ ଲାଗୁ ହେବା ପରେ ଅନେକ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବାର ସମ୍ଭବନା ରହିଛି ।
ସରକାରଙ୍କ ଏହି ଅଧ୍ୟାଦେଶକୁ ଅନେକ ଅର୍ଥ ଏକ୍ସପର୍ଟ ବିମୁଦ୍ରିକରଣ ସହ ତୁଳନା କରିଛନ୍ତି । ନିୟମ ଅନୁଯାୟାୀ ଏପର୍ଯ୍ୟନ୍ତ ସମ୍ପର୍କୀୟ, ବ୍ୟାଙ୍କ, ଅର୍ଥ ସଂସ୍ଥା, ଜାଗାବାଡି କିଣାବିକା ଏବଂ ଗ୍ରାହକଙ୍କ ଠାରୁ ଉଦ୍ଧାର ନେବା ଦ୍ୱାରା ଛୁଟ୍ ମିଳୁଥିଲା । କିନ୍ତୁ ନୂତନ ନିୟମକୁ ବିମୁଦ୍ରିକରଣ ଠାରୁ ଅଧିକ ବଡ ବଡ ବୋଲି କୁହାଯାଉଛି ।
ଏହି ନୂତନ ନିୟମ ଅନୁସାରେ ପିଲାଙ୍କ ପାଠ ପଢା, ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲେ ଆପଣ ଆପଣଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଉଧାର ଆଣି ପାରିବେ ।
ଖବରମୁତାବକ, ନିୟମ ଲାଗୁ ହେବା ପରେ ଯଦି ପାଠପଢିବା ପାଇଁ ପିଲା କୌଣସି ଚ୍ୟାରିଟେବୁଲ ସଂସ୍ଥାରୁ ଋଣ ନେବାକୁ ଚାହିଁବ ତେବେ ଋଣ ମିଳିବ ନାହିଁ । ସେହିସମୟରେ ନିଜର ସମ୍ପର୍କିୟ କିମ୍ବା ବ୍ୟାଙ୍କରୁ ଋଣ ମିଳି ପାରିବ ।
କେନ୍ଦ୍ର ସରାକାରଙ୍କ ଏହି ନୂତନ ଅଧ୍ୟାଦେଶ ଛୋଟିଆ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପଡିପାରେ । କାରଣ ସେମାନେ ବ୍ୟାଙ୍କରୁ ଋଣ ନେବା ଅପେକ୍ଷା ଅନ୍ୟ ସ୍ଥାନରୁ ଟଙ୍କା ଆଣି ବେପାର କରିଥାନ୍ତି ।
ଅଧ୍ୟାଦେଶ ଅନୁଯାୟୀ ବ୍ୟାଙ୍କ କିମ୍ବା ଅନ୍ୟ ଉପାୟରେ ଟଙ୍କା ଜମା କରିବା ଏବଂ ଏହାସହିତ ଉଦ୍ଧାର ନେଉଥିବା ଲୋକଙ୍କ ସମ୍ପତ୍ତିକୁ ଜବତ କରାଯାଇପାରେ । ଏହାବ୍ୟତିତ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।