ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ତେଲର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ବୃଦ୍ଦି କରାଯାଇଛି । ମାତ୍ର ,ହାର କୌଣସି ପ୍ରଭାବ ପଡିବ ନାହିଁ ଗ୍ରାହକଙ୍କ ପକେଟ ଉପରେ । ଆନ୍ତର୍ଜାର୍ତୀୟ ବଜାରରେ ଆଶୋଧିତ ତୈଳଦର କମିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ପେଟ୍ରୋଲ ଓ ଡିଜେଲ ଦର ନକମାଇ ସରକାର ଉତ୍ପାଦ ଦର ବୃଦ୍ଧି କରିଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏଁ ଟ୍ୟାକ୍ସ ବୃଦ୍ଧି କରିଛନ୍ତି । ଏହାସହିତ ପେଟ୍ରୋଲରେ ୨ ଟଙ୍କା ଓ ଡିଜେଲରେ ୫ ଟଙ୍କା ଅତିରିକ୍ତ ଶୁଳ୍କ ବୃଦ୍ଧି କରିଛନ୍ତି ।
ଏହି ଶୁଳ୍କ ତୈଳ ମାର୍କେଟିଂ କମ୍ପାନୀ ଗୁଡିକ ବହନ କରିବେ । ଗତକାଲି ମଧ୍ୟ ରାତ୍ରିରୁ ଏକ୍ସସାଇଜ ନୂତନହାର ଲାଗୁ ହୋଇଛି ।
ସୂଚନାଯୋଗ୍ୟ କରୋନା ଯୋଗୁ ଏବେ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ମୂଲ୍ୟ ହ୍ରାସ ହୋଇଛି । ତେଣୁ ଗତକିଛି ଦିନ ହେଲା ତେଲ ଦର ଅପରିବର୍ତ୍ତିତ ରହିଛି ।