ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଉତ୍ତର-ପୂର୍ବଞ୍ଚଳରେ ବହୁ ଜୋରେ ହିଂସା ଦେଖିବାକୁ ମିଳିଥିଲା । ତେବେ ବିଜେପି ପକ୍ଷରୁ ସିଏଏକୁ ନେଇ ଆଜି ଠାରୁ ଜନଜାଗରଣ ସୃଷ୍ଟି କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡିଶା ଆସୁଛନ୍ତି । ଆଜି କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ କୁଲସ୍ତେ ।
ମହାକାଳପଡାରେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ସିଏଏ ସମ୍ପର୍କରେ ଅବଗତ କରାଇବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟରେ ସିଏଏକୁ ସମର୍ଥନ ଜଣାଇ ବିଜେପି ୫ଟି ବଡ ଧରଣର ସଭା ଓ ଶୋଭାଯାତ୍ରା କରାଯିବ । ଆସନ୍ତା କାଲି କଟକରେ ଏକ ଶୋଭାଯାତ୍ର କରାଯିବ । ଏହି ଶୋଭାଯାତ୍ରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେବାର ସୂଚନା ରହିଛି । ସେହିଭଳି ଆଗାମୀ ଦିନରେ ରାଜଧାନୀରେ ବୃଦ୍ଧିଜୀବି ସମ୍ମିଳନୀ ଆୟୋଜିତ ହେବ । ବିଜେପି କର୍ମୀମାନେ ୩୬ ସାଂଗଠନିକ ଜିଲ୍ଲାରେ ବୁଦ୍ଧିଜିବୀ ସମ୍ମୀଳନୀ କରିବେ । ଏହା ସହ ରାଜ୍ୟର ପାଖାପାଖି ଏକ କୋଟି ପରିବାରକୁ ଯାଇ ବିଜେପି କର୍ମୀ ମାନେ ସିଏଏ ସମ୍ପର୍କରେ ବୁଝାଇବେ । ବିଜେପି ପକ୍ଷରୁ କରାଯାଉଥିବା ଏହି ଜନଜାଗରଣ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।