ନୂଆଦିଲ୍ଲୀ ( ଏଟିଆର ବ୍ୟରୋ): ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆଜି ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ଆଜି ପ୍ରତାପ ଷଡଙ୍ଗୀ ୫ ଟି ଭାଷାରେ ଧନ୍ୟବାଦ ଦେଇଛନ୍ତି । ସଂସଦରେ ହୋଇଥିବା ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଐତିହାସିକ ଭାଷଣ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଲୋକସଭାରେ ହିନ୍ଦୀ ଓ ଓଡିଆ ସମେତ ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଆଦି ୫ ଟି ଭାଷାରେ ନିଜ ବକ୍ତବ୍ୟ ରଖିଛନ୍ତି ।
ଏହି ଅବସରରେ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଭାଷଣକୁ ଐତିହାସିକ କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ ନିଜ ବକ୍ତବ୍ୟରେ କହିଛନ୍ତି ଆମ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ପରିବାରରୁ ଆସିଛନ୍ତି । ଜଣେ ଚା ବାଲା ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତିୠତ ପାଞ୍ଚ ବର୍ଷରେ ସରକାରରେ ଦୂର୍ନୀତିର ଛିଟା ଲାଗି ନାହିଁ । ପ୍ରଧାନମନ୍ତ୍ରୀ ଦେଶକୁ ନୂଆସ୍ତରକୁ ନେଇ ପାରିଛନ୍ତି ।
ଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନ ସେବକ। ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ ସେମାନେ ଆଜି ମୋଦିିଙ୍କୁ ସହି ପାରୁ ନାହାନ୍ତି ।ଭଲ କାର୍ଯ୍ୟକୁ ବିରୋଧୀ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ ବୋଲି କହିଛନ୍ତି ।