ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାକିରୀରୁ ଅବସର ପରେ ବ୍ୟକ୍ତିଙ୍କ ସାରା ଜୀବନ କାଳ ପେନସନ୍ ଟଙ୍କା ଉପହାର ହୋଇଥାଏ । ସେଥିପାଇଁ ସରକାର ବେଳେ ବେଳେ ପେନସନ୍ ନିୟମରେ କିଛିଟା ପରିବର୍ତ୍ତନ କରିଥାନ୍ତି । ସରକାରଙ୍କ ପକ୍ଷରୁ ଏଥରକ ଯେଉଁ ସଂଶୋଧନ କରାଯାଇଛି ତାହା ଲକ୍ଷାଧିକ କର୍ମଚାରୀଙ୍କୁ ଫାଇଦା ଦେବ । ୭ ବର୍ଷରୁ କମ କାର୍ଯ୍ୟକାଳ ମଧ୍ୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଉପରେ ତାଙ୍କ ପରିବାର ସଦସ୍ୟଙ୍କୁ ଏବେ ଅଧିକ ପେନସନ୍ ମିଳିବ । କୁହାଯାଉଛି କି ଏହି ପଦକ୍ଷେପର ଲାଭ କେନ୍ଦ୍ରୀୟ ଶସସ୍ତ୍ର ପୋଲିସ ଯବାନଙ୍କ ବିଧବା ପତ୍ନୀଙ୍କୁ ବି ମିଳିପାରିବ ।
ଏହାପୂର୍ବରୁ , ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ୭ ବର୍ଷରୁ କମ ସେବାକାଳ ମଧ୍ୟରେ ହୋଇଯାଉଥିଲା ତେବେ ତାଙ୍କ ପରିବାରକୁ ଶେଷ ଦରମାର ୫୦ ପ୍ରତିଶତ ହିସାବରେ ବର୍ଦ୍ଧିତ ପେନସନ ମିଳୁନଥିଲା । କିନ୍ତୁ ଏବେ ୭ ବର୍ଷ ସେବାକାଳ ମଧ୍ୟରେ ମୃତ୍ୟୁ ହେବା ଦ୍ୱାରା କର୍ମଚାରୀଙ୍କ ପରିବାରକୁ ବର୍ଦ୍ଧିତ ପେନସନ୍ ମିଳିବ । ସରକାରୀ ଅଧିସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପେନସନ୍ ନିୟମ ସଂଶୋଧନ ପାଇଁ ମଞ୍ଜୁର ଦେଇଛନ୍ତି । ଏହି ନିୟମ କେନ୍ଦ୍ରୀୟ ସିଭିଲ ସେବା (ପେନସନ) ର ଦ୍ୱିତୀୟ ସଂଶୋଧନ ଅକ୍ଟୋବର ୧ ୨୦୧୯ ରୁ ଲାଗୁହେବ ।
ଯେଉଁ ସରକାରୀ କର୍ମଚାରୀଙ୍କ ଅକ୍ଟୋବର ୧ , ୨୦୧୯ ପର୍ଯ୍ୟନ୍ତ ୧୦ ବର୍ଷ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ମୃତ୍ୟୁ ହୋଇ ଯାଉଛି ଏବଂ ସେ ଲଗାତର ଭାବେ ୭ ବର୍ଷ ଯାଏଁ ସେବାକାଳ ପୂରା କରି ନାହାନ୍ତି, ସେମାନଙ୍କ ପରିବାରକୁ ଅକ୍ଟୋବର ୧ରୁ ଉପ ନିୟମ ୩ ଅନୁଯାୟୀ ବର୍ଦ୍ଧିତ ପେନସନ୍ ମିଳିବ । ସେଥିପାଇଁ ପାରିବାରିକ ପେନ୍ସନ୍ ର ଅନ୍ୟ ସର୍ତକୁ ପୂରଣ କରିବାକୁ ହେବ ।
ଏନେଇ ପେନସନ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ସରକାରଙ୍କ ଅନୁଯାୟୀ ପାରିବାରିକ ପେନସନ୍ ର ବର୍ଦ୍ଧିତ ଦର କୌଣସି ସରକାରୀ କର୍ମଚାରୀଙ୍କ ନିଜ କ୍ୟାରିୟର ଆରମ୍ଭରେ ମୃତ୍ୟୁ ହେବାର ସ୍ଥିତି ଅଧିକ ଜରୁରୀ, କାରଣ ଆରମ୍ଭରୁ ଦରମା ବି କମ ହେବ । ଏହାକୁ ଦୃଷ୍ଟିରେ ରଖି ସରକାର ସେପ୍ଟମ୍ବର ୧୯, ୨୦୧୯ ରେ ଜାରି ଅଧିସୂଚନା ଜରିଆରେ କେନ୍ଦ୍ରୀୟ ସିଭିଲ ସେବା (ପେନସନ୍) ନିମୟ,୧୯୭୨ ନିୟମ ୫୪ ରେ ସଂଶୋଧନ କରିଛନ୍ତି ।