ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହେବା ପରେ ସେ ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ପାଥେୟ କରି ଫାଶୀ ଦଣ୍ଡାଦେଶକୁ ବିଳମ୍ବିତ କରାଇବା । ଯାହା ଏଇ ନିକଟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହେବା ପରେ ସେମାନେ କ୍ୟୁରିପିଟିସନ ଓ ରାଜକ୍ଷମା ଆବେଦନ କରୁଛନ୍ତି । ଯାହାଫଳରେ ଫାଶୀ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ବିଳମ୍ବିତ ହେଉଛି । ଯାହାକୁ ନେଇ ଏବେ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ରସରକାର ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାୟର କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି । ରାଜକ୍ଷମା ପାଇଁ ମୃତ୍ୟୁ ଦଣ୍ଡାଦେଶ ଘୋଷିତ ହୋଇ ଡେଥ ୱାରେଣ୍ଟ ମିଳିବାର ମାତ୍ର ୭ ଦିନ ମଧ୍ୟରେ ଦୋଷୀଙ୍କୁ ରାଜକ୍ଷମା ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଉ । ସେହିଭଳି ଦୋଷୀଙ୍କ ପକ୍ଷରୁ କ୍ୟୁରୀ ପିଟିସନ ଧାର୍ଯ୍ୟ ସମୟକୁ ମଧ୍ୟ ନିର୍ଦ୍ଧାରିତ କରିବାକୁ ଯାଚିକାରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଏନେଇ ଗତକାଲି ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ।