ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁକ୍ରବାର ତୃତୀୟ ଚନ୍ଦ୍ର ମିଶନ- ‘ଚନ୍ଦ୍ରୟାନ୩’ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି । ଏହି ଅଭିଯାନ ଅନୁଯାୟୀ ୪୧ ଦିନର ଯାତ୍ରାରେ ଚନ୍ଦ୍ରର ଦକ୍ଷୀଣ ଧୃବ କ୍ଷେତ୍ରରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବାରେ ପ୍ରୟାସ କରିବ । ଏହାଦ୍ୱାରା ଭାରତ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରୁଥିବା ଆମେରିକା, ଋଷ ଏବଂ ଚୀନ ର କ୍ଲବରେ ସାମିଲ ହୋଇଯିବ । ଅଗଷ୍ଟ ୨୩ ରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ ୩ । ଏହାର ସଫଳ ଉତକ୍ଷେପଣ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନୟାନ୧ ପାଇଁ ବଡ ସଫଳତା ଭାବେ ସାମ୍ନାକୁ ଆସିଛି । ଗଗନୟାନ୧ ପାଇଁ ସମାନ ରକେଟ ଏଲଭିଏମ୩ ର ସଂଶୋଧିତ ସଂସ୍କରଣ ବ୍ୟବହାର କରାଯିବ ।
ଚନ୍ଦ୍ରୟାନ୩ ର ସଫଳ ଉତକ୍ଷେପଣ ପରେ ଏଲଭିଏମ୩ ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଉନ୍ମୋଚନ ମିଶନ ନିର୍ଦ୍ଦେଶକ ଏସ ମୋହନ କୁମାର କହିଛନ୍ତି କି, ‘ଏଲଭିଏମ୩ ଚନ୍ଦ୍ରୟାନ୩ କୁ ସଠିକ କକ୍ଷପଥରେ ସ୍ଥାପିତ କରିଛି, ଯାହାଦ୍ୱାରା ପୁଣି ଥରେ ପ୍ରମାଣ ହୋଇଛି କ ଏହା ଇସ୍ରୋର ସବୁଠୁ ନିର୍ଭଯୋଗ୍ୟ ହେଭି-ଲିଫ୍ଟ ଯାନ’ ।