ବାଙ୍ଗାଲୋର ( ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଭଲରେ ରହିଛି । ଚନ୍ଦ୍ରରେ ସପ୍ଟ ଲ୍ୟାଣ୍ଡ ିବେଳେ ଖସି ପଡିଥିବା ବିକ୍ରମ ନେଇ ଅର୍ବିଟର ସୂଚନା ଦେଇଛି । ଇସ୍ରୋ ସହିତ ବିକ୍ରମର ଯୋଗାଯୋଗ ହୋଇ ନଥିଲେ ମଧ୍ୟ ବିକ୍ରମର ସ୍ଥିତି ସମ୍ପର୍କରେ ଅର୍ବିଟର ସୂଚନା ଦେଇଛି । ଏ ନେଇ ଏବେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଇସ୍ରୋ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ।
ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଏହି ସୂଚନା ଦେଇଛନ୍ତି । ତେବେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ହୋଇଗଲେ ରୋଭର ପ୍ରଜ୍ଞାନ ସହିତ ଯୋଗାଯୋଗ ହୋଇଯିବ ବୋଲି ଆଶା ରଖିଛନ୍ତି ଇସ୍ରୋର ବୈଜ୍ଞାନିକ ମାନେ । ଲ୍ୟାଣ୍ଡର ବିକ୍ରମ ଗୋଟିଏ ପଟକୁ ଢଳି ରହିଥିବା ଜଣା ପଡିଛି ।
ସୂଚନାଯୋଗ୍ୟ ଲ୍ୟାଣ୍ଡର ବିକ୍ରମ ଗତ ୭ ତାରିଖ ମଧ୍ୟ ରାତ୍ରିରେ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିଥାନ୍ତା । ହେଲେ ଚନ୍ଦ୍ର ପୃଷ୍ଠରୁ ମାତ୍ର ୨ . ୧ କିମି ଦୂରତା ମଧ୍ୟରେ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଗତକାଲି ଅର୍ବିଟର ବିକ୍ରମର ଅବସ୍ଥିତି ନେଇ ଫଟୋ ଫଠାଇବା ପରେ ଇସ୍ରୋ ବୈଜ୍ଞାନିକ ମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ବିକ୍ରମର ଜୀବନକାଳ ଆଉ ୧୧ ଦିନ ରହିଥିବାରୁ ଯୋଗାଯୋଗ ହେଲେ ମିଶନ ସଫଳ ହେବ ।