ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାନୁଆରି ୨୦୨୦ ଠାରୁ ଭାରତରେ ବିଭିନ୍ନ ସ୍ତରରେ ବିଭିନ୍ନ ବ୍ୟବସ୍ଥା ବଦଳିବାକୁ ଯାଉଛି । ଯେଉଁ ସବୁ ପରିବର୍ତ୍ତନ ଆପଣଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଯଦି ଏହା ଉପରେ ଆପଣ ନଜର ନରଖିବେ ତେବେ ଆପଣଙ୍କୁ ଅସୁବିଧା ହୋଇପାରେ । ଜାଣନ୍ତୁ ନୂଆବର୍ଷ ଠାରୁ କେଉଁଥିରେ ପରିବର୍ତ୍ତନ ହେଉଛି ।
ପ୍ୟାନକାର୍ଡ ସହିତ ଆଧାରକାର୍ଡ ଲିଙ୍କ-
ଯଦି ଆପଣ ୩୧ ଡିସେମ୍ବର ମଧ୍ୟରେ ଆପଣଙ୍କ ପ୍ୟାନକାର୍ଡକୁ ଆଧାର ସହିତ ଲିଙ୍କ ନକରିଛନ୍ତି ତେବେ ଆପଣ ଅସୁବିଧାରେ ପଡିପାରନ୍ତି । ଏନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୩୧ ଏନେଇ ଲାଷ୍ଟ ଡେଟ ରହିଥିଲା । ଯଦି ଆପଣ ଏହାକୁ ଲିଙ୍କ ନକରୁଛନ୍ତି ତେବେ ଆପଣ ଆପଣଙ୍କ ପ୍ୟାନକାର୍ଡକୁ କୌଣସି ପ୍ରକାର ଆର୍ଥିକ ଦେଣନେଣ ପାଇଁ ବ୍ୟବହାର କରିପାରିବେ ନାହିଁ ।
ଗ୍ୟାସ ସିଲିଣ୍ଡରର ବଢିବ ଦାମ-
ନୂଆବର୍ଷ ଠାରୁ ରୋଷେଇ ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ ଆସିପାରେ । ନୂଆବର୍ଷ ଠାରୁ ରୋଷେଇ ଗ୍ୟାସ ଦର ବୃଦ୍ଧି ହୋଇପାରେ । ସୂଚନା ଅନୁସାରେ ୧୪ ଲିଟର ଗ୍ୟାସ ଟାଙ୍କି ଉପରେ ୧୩ ଟଙ୍କା ୫୦ ପଇସା ଦିଲ୍ଲୀରେ ଚଳିତ ମାସରେ ବୃଦ୍ଧି ହୋଇଛି ।
ଏସବିଆଇ କ୍ରେଡିଟକାର୍ଡ ପରିବର୍ତ୍ତନ-
ନୂଆବର୍ଷ ଠାରୁ ଏସବିଆଇ ମ୍ୟାଗନେଟିକ ଷ୍ଟ୍ରାଇପ ଡେବିଟକାର୍ଡକୁ ବନ୍ଦ କରିପାରେ । ନୂଆବର୍ଷ ଠାରୁ ଏସବିଆଇ କେବଳ ଇଏମବି ଚିଫ ଏବଂ ପିନକାର୍ଡର ବ୍ୟବହାର କରିବ । ଆରବିଆଇ ନିର୍ଦେଶ ଅନୁସାରେ ଏସବିଆଇ ଏହି ନିଷ୍ପତ୍ତି ନେଇଛି । ଆରବିଆଇର ନିର୍ଦେଶ ଅନୁସାରେ ଭାରତରେ ଚାଲୁଥିବା ସମସ୍ତ ବ୍ୟାଙ୍କର ମ୍ୟାଗନେଟିକ ଷ୍ଟ୍ରାଇପ କାର୍ଡକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛି । ଏଟିଏମରେ ହେଉଥିବା ଫ୍ରଡରୁ ରକ୍ଷା ପାଇବା ପାଇଁ ଆରବିଆଇ ଏହି ନିର୍ଦେଶ ଦେଇଛି ।