ମୁମ୍ବାଇ (ଏଟିଆର ବ୍ୟୁରୋ): ଗତକାଲି ଉଦ୍ଧବ ଠାକରେ ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ଫ୍ରସାରଣ ପରେ ଏବେ ଅଘାଡିରେ ଫାଟ ଦେଖିବାକୁ ମିଳିଛି । ଏହି ମନ୍ତ୍ରୀମଣ୍ଡଳ ଶପଥ ପାଠ ହେବା ପରେ ଏବେ ଏନସିପିରେ ଝଡ ଉଠିଛି । ମନ୍ତ୍ରୀ ମଣ୍ଡଳରେ ସାମିଲ ନହେବାରୁ ଜଣେ ବିଧାୟକ ଏବେ ଇସ୍ତପା ଦେବାକୁ ଘୋଷଣା କରିବା ପରେ ବିବାଦ ତେଜିବାରେ ଲାଗିଛି । ଏମିତିକି ମନ୍ତ୍ରୀମଣ୍ଡଳକୁ ନେଇ ଶିବସେନାରେ ମଧ୍ୟ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଶିବସେନାର ସଞ୍ଜୟ ରାଉତ ମଧ୍ୟ ପହଞ୍ଚି ନଥିଲେ । ତାଙ୍କ ଭାଇଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନକରାଯିବାରୁ ସେ ଅସନ୍ତୋଷ ପ୍ରକାଶ କରି ଆସିନଥିବା ଆଲୋଚନା ଜୋର ଧରିଛି । ସଞ୍ଜୟଙ୍କ ପରାମର୍ଶକୁ ଉଦ୍ଧବ ଠାକରେ ଅଣଦେଖା କରିବାରୁ ଶବିସେନା ମଧ୍ୟରେ ଫାଟ ଦେଖାଦେଇଛି ।
ସୂଚନାଯୋଗ୍ୟ ଗତକାଲି କଂଗ୍ରେସର ୧୨ ଜଣ ,ଏସିପିର ୧୪ ଜଣ ଓ ଶିବସେନାର ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୩୬ ଜଣ ନୂଆ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇ ଥିଲେ ।