ଛତିଶଗଡ (ଏଟିଆର ବ୍ୟୁରୋ ) ; ଛତିଶଗଡରେ ଚାଲିଛି ଜୋରଦାର ପ୍ରଚାର । ଗୋଟେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିବା ବେଳେ ଅନ୍ୟପଟେ ମୋଦିି ରାହୁଲଙ୍କ ସମେତ କଂଗ୍ରେସକୁ ଉତ୍ତର ଦେଇଛନ୍ତି । ଆଜି ଛତିଶଗଡର ଜଗଦଲପୁରରେ ଆୟୋଜିତ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଏହି ସଭାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂ ଏହି ସଭାରେ ଉପସ୍ଥିତ ଥିବା ବେଳେ ବହୁ ବିଜେପି କର୍ମୀ ଏହି ର୍ୟାଲିରେ ଯୋଗ ଦେଇଛନ୍ତି ।
ସେପଟେ ସ୍ଥାନୀୟ କାଙ୍କେର ଜିଲ୍ଲା ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମୋଦି ସରକାରଙ୍କ ବିମୁଦ୍ରୀକରଣ ଓ ରାଫେଲ ଦୁର୍ନୀତିକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ବିଜୟ ମାଲ୍ୟା , ନୀରବ ମୋଦି ଭଳି ଅନେକ ଦେଶରୁ କୋଟି କୋଟି ଟଙ୍କା ନେଇ ପଳାଇଯାଇଥିବା ବେଳେ ଲୋକେ ବିମୁଦ୍ରୀକରଣ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ।
ଖାଲି ସେତିକି ନୁହେଁ ରାଫେଲ ଡିଲ ଉପରେ କହିବାକୁ ଯାଇ ରାହୁଲ କହିଛନ୍ତି ଯେ ମୋଦି ସରକାର ୫୨୬ କୋଟିର ରାଫେଲ ଯୁଦ୍ଧ ଜାହାଜକୁ ୧୬୦୦ କୋଟି ଟଙ୍କାରେ କିଣିଛନ୍ତି । ଯାହା ମୋଦି ସରକାରଙ୍କ ସବୁଠୁ ବଡ ଦୁର୍ନୀତି ବୋଲି ସେ କହିଛନ୍ତି । ଅନ୍ୟପଟେ ଆସନ୍ତା ୧୨ ତାରିଖରେ ଛତିଶଗଡରେ ୧୨ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରାହୁଲ ଗାନ୍ଧୀ ଛତିଶଗଡ ଗ୍ରସ୍ତରେ ଆସି ମୋଟ ଦୁଇଦିନ ମଧ୍ୟରେ ୫ଟି ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ତେବେ ଆସନ୍ତାକାଲି ଖୈରାଗଡରେ ହେବାକୁ ଥିବା ଜନସଭାକୁ ରାହୁଲ ଗାନ୍ଧୀ ସମ୍ବୋଧିତ କରିବା ନେଇ କାର୍ଯ୍ୟକ୍ରମ ଥିବା ଜଣାପଡିଛି ।