ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ଦସ୍ତାବିଜ୍ ଚୋରୀ ମାମଲାରେ ଅଟର୍ଣ୍ଣ ଜେନେରାଲା ବେଣୁଗୋପାଳଙ୍କ ଦାବିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍ । ଏବେ ଲାଗୁଛି ଯେ ଚୋର ରାଫେଲର ସମସ୍ତ ଦସ୍ତାବିଜ୍ ଫେରାଇ ଦେଇଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
ଚିଦାମ୍ବରମ୍ କହିଛନ୍ତି କି, ବୁଧବାରେ ସରକାର କହିଲେ ଯେ ଦସ୍ତାବିଜ୍ ଚୋରୀ ହୋଇଯାଇଛି । ଶୁକ୍ରବାର କହିଲେ କି ଦସ୍ତାବିଜ୍ ର ଫଟୋକପି ଚୋରୀ ହୋଇଯାଇଛି । ମୋତେ ଲାଗୁଛି କି ଗୁରୁବାର ଦିନ ମଝିରେ ଚୋର ଦସ୍ତାବିଜ୍ ଫେରାଇ ଦେଇଛି । ମୁଁ ସରକାରଙ୍କ ବୁଦ୍ଧିକୁ ସଲାମ କରୁଛି ।
ପ୍ରକୃତରେ,ରାଫେଲ ସମ୍ବନ୍ଧୀୟ କାଗଜପତ୍ର ଚୋରୀ ହୋଇ ନାହିଁ ବୋଲି ଶୁକ୍ରବାର ଅଟର୍ଣ୍ଣି ଜେନେରାଲ କେ ବେଣୁଗୋପାଲ ଦାବି କରିଥିଲେ । ଉଚ୍ଚତ୍ତମ ନ୍ୟାୟଳୟରେ ଦାଖଲ ହୋଇଥିବା ଜବାବରେ ତାଙ୍କର ଅର୍ଥ ଥିଲା କି ପିଟିସନ୍ ଦାତ୍ତା ବାସ୍ତବିକ କାଗଜପତ୍ର ପ୍ରତି ର ବ୍ୟବହାର କରିଛନ୍ତି ।
ଏହାପୂର୍ବରୁ ବୁଧବାର ବେଣୁଗୋପାଲ ଉଚ୍ଚତ୍ତମ ନ୍ୟାୟାଳୟକୁ କହିଥିଲେ କି ରାଫେଲ ବିମାନ ମାମଲାର ସମସ୍ତ ଦସ୍ତାବିଜ୍ ରକ୍ଷାମନ୍ତ୍ରାଳୟରୁ ଚୋରୀ ହୋଇ ଯାଇଛି, ଏବଂ ଏହି ପିଟିସନଦାତ୍ତା ଏହି ଦସ୍ତାବିଜ୍ ଆଧାର ଉପରେ ବିମାନ କିଣା ବିରୋଧରେ ପିଟିସନ୍ ରଦ୍ଦ କରିବା ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାକୁ ଚାହୁଛନ୍ତି ।