ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନାକୁ ନେଇ ସବୁ ଆଡେ ଭୟ ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବା ସହିତ ହେବାକୁ ଥିବା ବଡବଡ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି । ତେବେ ଏହି ଭିତରେ ସୁପ୍ରିମକୋର୍ଟ ବନ୍ଦ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ କହିଛନ୍ତି କରୋନା ଯୋଗୁ ଅଦାଲତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଭର୍ଚୁଆଲ କୋର୍ଟ ଆରମ୍ଭ ହେବ ।
ସୂଚନାଯୋଗ୍ୟ ଦିଲ୍ଲୀରେ ବର୍ତ୍ତମାନ କରୋନାର ୭ଟି ମାମଲା ସାମ୍ନାକୁ ଆସିଛି ଜ୍ଝ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏବେ କରୋନାର ମୁକାବିଲା ପାଇଁ ଦିଲ୍ଲୀ ସରକାର ରାସ୍ତାରେ ୱାସ ବେସିନ ଲଗାଇବା ବ୍ୟବସ୍ଥା କରୁଛନ୍ତି । ଆଜି ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମସ୍ତ ମାଜିଷ୍ଟ୍ରେଟ ଓ ଏସଡିଏମ ନିଜ ଅଞ୍ଚଳରେ ୧୦୦ ଟି ଡିସପେନସିଭ ମେସିନ ଲଗାଇବେ । ସେହିଭଳି ଡେପୁଟି କମିଶନର ୩୦୦ ଟି ମେସିନ ଲଗାଇବେ ।