ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଶିଶୁ ଦିବସ ପାଳନ କରାଯାଉଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ସବୁଠୁ ବଡ କଥା ହେଲା ଜବାହର ଲାଲଙ୍କ ଜନ୍ମ ନଭେମ୍ବର ୧୪ରେ ହୋଇଥିଲା । ସେ ପିଲାମାନଙ୍କ ବହୁତ ଭଲ ପାଉଥିଲେ, ସେଥିପାଇଁ ଆଜି ବି ପିଲାମାନେ ତାଙ୍କୁ ଚାଚା ନେହରୁ ନାମରେ ଡାକନ୍ତି ।
ନେହରୁଙ୍କ କହିବାନୁଯାୟୀ ଛୋଟ ପିଲା ଦେଶର ଭବିଷ୍ୟତ । ସେମାନଙ୍କର ରକ୍ଷଣାବେକ୍ଷଣ କରିବା ସହ ତାଙ୍କୁ ଭଲ ପାଇବା ଦେବା ଉଚିତ୍ । ଯାହାଫଳରେ ସେମାନେ ଭବିଷ୍ୟତରେ ନିଜ ଗୋଡରେ ଛିଡା ହୋଇ ପାରିବେ । ଶିଶୁ ଦିବସ ଅବସରରେ ସ୍କୁଲରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନେକ ପ୍ରତିଯୋଗୀତାର ଆୟୋଜନ କରାଯାଇଥାଏ । ଏହାସହିତ ଛୋଟ ପିଲାମାନଙ୍କୁ ମିଠା ଏବଂ ଚକଲେଟ ବଣ୍ଟା ଯାଇଥାଏ ।
୨୭ ମଇ ୧୯୬୪ରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କର ନିଧନ ପରେ ତାଙ୍କର ଛୋଟ ପିଲାଙ୍କ ପ୍ରତି ଥିବା ଭଲ ପାଇବାକୁ ଦେଖି ସର୍ବସମ୍ମତିର ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ରେ ଶିଶୁ ଦିବସ ପାଳିତ ହୋଇ ଆସୁଛି । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଏ ।