ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତବର୍ଷ ଭାରତ ସରକାରଙ୍କ ପକ୍ଷରୁ ପବଜି ଏବଂ ଟିକଟକ ସମେତ ୨୫୦ ରୁ ଅଧିକ ଚାଇନା ଆପ୍ସକୁ ବ୍ୟାନ କରାଯାଇଥିଲା । ଗୋଟେ ବର୍ଷ ପରେ ଏବେ ପୁଣି ସରକାରଙ୍କ ନଜର ଚାଇନା ସ୍ମାର୍ଟଫୋନ ଉପରେ ରହିଛି । ରିପୋର୍ଟ ମୁତାବକ, ଖୁବ୍ ଶୀଘ୍ର ସରକାର ଭାରତରେ ଲଞ୍ଚ ହେବାକୁ ଥିବା ସମସ୍ତ ଚାଇନା ସ୍ମାର୍ଟଫୋନକୁ ଯାଞ୍ଚ କରିପାରନ୍ତି । ଇକୋନମିକ୍ସ ଟାଇମ୍ସ ରିପୋର୍ଟ ମୁତାବକ, ଏହି ଯାଞ୍ଚ ପାଇଁ ସରକାର ଏକ ନୂତନ ନିୟମ କରିପାରନ୍ତି ।
ଋିପୋର୍ଟ ମୁତାବକ, ନୂତନ ନିୟମ ଆସିବା ପରେ ଯାଞ୍ଚ ଅଧିନରେ ଭାରତୀୟ ମୋବାଇଲ ଇଣ୍ଡଷ୍ଟ୍ରୀ ଆସିବ, ଅବଶ୍ୟ ଚାଇନା କମ୍ପାନୀ ଗୁଡିକର ଯାଞ୍ଚ କଡାକଡି ଭାବେ କରାଯିବ । ଫୋନରେ ପୂର୍ବରୁ ଇଂଷ୍ଟଲ ହୋଇ ଆସୁଥିବା ଆପ୍ସ ପାଇଁ ସୋର୍ସ କୋଡ ଦାବି କରିପାରନ୍ତି ସରକାର । ନୂତନ ନିୟମ ଆସିବା ପରେ ମୋବାଇଲ ନିର୍ମାତା କମ୍ପାନୀକୁ ସେହି କମ୍ପାନୀର ତାଲିକା ମଧ୍ୟ ମଗା ଯାଇପାରେ ଯାହାର ପାର୍ଟ୍ସ ମୋବାଇଲରେ ବ୍ୟବହାର କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ସରକାର ଭାରତରେ ଲଞ୍ଚ ହେବାକୁ ଥିବା ସମସ୍ତ ସ୍ମାର୍ଟଫୋନର ହାର୍ଡୱେୟର ଏବଂ ସଫ୍ଟୱେୟରର ଯାଞ୍ଚ କରିପାରନ୍ତି ।
ଭାରତୀୟ ସ୍ମାର୍ଟଫୋନ ବଜାରରେ ଭିଭୋ, ଓପୋ, ସାଓମି ଏବଂ ୱାନପ୍ଲସ ର ପ୍ରାୟତଃ ୫୦ ପ୍ରତିଶତ ଅଂଶଗ୍ରହଣ ରହିଛି । ଇତି ମଧ୍ୟରେ ନୂତନ ନିୟମ ଲାଗୁ ହେବା ପରେ ଏହି କମ୍ପାନୀଗୁଡିକର ଯାଞ୍ଚ କଡାକଡି ଭାବେ କରାଯିବ । ଏହି ସ୍ପଷ୍ଟ ହେବ କି ଭାରତରେ ବିକ୍ରି ହେଉଥିବା ଚାଇନା ସ୍ମାର୍ଟଫୋନ ୟୁଜର୍ସଙ୍କ ଭାଇଁ କେତେ ସୁରକ୍ଷିତ ।