ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଂଗ୍ରେସର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ପୁଣି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି । ଚୌକିଦାର ଚୋର ହେ ନାରାକୁ ନେଇ ହୋଇଥିବା ମାମଲାରେ ଏହି ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପଦବଦୀରେ ଥିବା ସମୟରେ ନିଜ ମତ ମନ୍ତବ୍ୟକୁ ନେଇ ଯତ୍ନବାନ ହେବା ଦରକାର। ରାହୁଲ ଗାନ୍ଧି ଭବିଷ୍ୟତରେ ଏଭଳି କହିବା ସମୟରେ ସତର୍କ ରହିବା ଦରକାର।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ନିର୍ବାଚନ ପୂର୍ବରୁ ରାଫେଲ ବିବାଦକୁ ନେଇ ରାହୁଲ ଏଇ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବାଦ ଦେଖାଯିବା ସହ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ପୂର୍ବରୁ ରାହୁଳ ମଧ୍ୟ ମନ୍ତବ୍ୟକୁ ନେଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଯାହାକୁ ଆଜି କୋର୍ଟ ଗ୍ରହଣ କରିବା ସହିତ ମାମଲାକୁ ଏଇଠି ସାରି ଦେଇଛନ୍ତି ।