ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ପଛରେ ଲୁଚି ରହିଥାଏ ଅନେକ ଗୁଡିଏ ରହସ୍ୟ । ଯାହାକୁ ଶୁଣିଲେ ମଣିଷ ନିଜେ ନିଜକୁ ବି ବିଶ୍ୱାସ କରିପାରେନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ କଥା କହିବୁ । ଯାହାକୁ ଶୁଣିଲେ ଆପଣ ବି କହିବାକୁ ଲାଗିବେ ସତରେ କ’ଣ ଏମିତି ହୋଇ ପାରେ । ହଁ ଆଜ୍ଞା । ଆମେ କହୁଥିବା ରହସ୍ୟମୟୀ ଗାଁଟି ଋଷ ଦେଶର ଓଷଟିୟାରେ ରହିଛି । ଯୋଉ ଗାଁକୁ ଆଜି ପର୍ଯ୍ୟନ୍ତ ଥରେ ଯାଇଛି ସେ ଆଉ କେବେ ଫେରି ନାହିଁ ।
ଏହି ଗାଁକୁ ଲୋକେ ‘ମୃତ୍ୟୁର ସହର’ ବୋଲି କୁହନ୍ତି । ଏହି ଭୟ ଓ ଲୋକ କଥାକୁ ନେଇ ସେହି ଗାଁକୁ କେବେ କେହି ଯାଆନ୍ତି ନାହିଁ । ଏହି ଗାଁଟି ଏକ ପଥର ପାହାଡ ଶିଖରରେ ରହିଛି । ଯୋଉଠି ୯୯ ଟି ଘର ରହିଛି । କୁହାଯାଏ ଏହି ଗାଁଟି ୧୬ ଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । କୁହାଯାଏ ଏହା ଇସାରତ ପରିବାର ସହିତ ଜଡିତ । ଏଠାକୁ ଯିବାକୁ ଥିବା ରାସ୍ତା ମଧ୍ୟ ବଡ ଭୟଙ୍କର । ପାହାଡ କଡେ କଡେ ଏଠାକୁ ଯିବାକୁ ହୁଏ । ପାଖାପାଖି ୩ ଘଣ୍ଟା ସମୟ ଲାଗିଥାଏ ଏଠାକୁ ଯିବାକୁ । ଲୋକ ମାନଙ୍କ କହିବା କଥା ସେଠାରେ କେବଳ ମାଳ ମାଳ ଖପୁଡି ଦେଖିବାକୁ ମିଳେ । ଆଖ ପାଖର ଲୋକଙ୍କ କହିବା କଥା ଆଜି ପର୍ଯ୍ୟନ୍ତ ଯିଏ ଥରେ ସେଠାକୁ ଯାଇଛି ସେ ଆଉ ଫେରିନି ।