ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଦି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ମହାମାରୀ କାରଣରୁ ସ୍ଥିତି ପୁଣି ଥରେ ବିଗିଡିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି ।
ସେହପରି କରୋନାର ଦ୍ୱିତୀୟ ଷ୍ଟ୍ରେନ୍ରେ ବହୁମାତ୍ରାରେ ଜୁବଗୋଷ୍ଠୀ ଓ ଅଧିକାଂଶ ପିଲାମାନେ ଆକ୍ରାନ୍ତ ହେଉଛନ୍ତି । ସିବିଏସଣ ପରୀକ୍ଷା ଆୟୋଜିତ ହେଲେ ଏଥିରେ ୬ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ନେବାକୁ ଥିବାବେଳେ ଏଥିରେ ୧ଲକ୍ଷଶିକ୍ଷୟତ୍ରୀ ସାମିଲ ହୋଇଛନ୍ତି । ଫଳରେ ଏହା ସବୁଠାରୁ ବିପଦଜନକ ହେଉଥିବାବେଳେ କରୋନା ବ୍ୟାପିବାର ଆଶଙ୍କା କରାଯାଉଛି ।
ସିବିଏସି ପରୀକ୍ଷା ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସେ ଅପିଲ କରିବେ ବୋଲି କହିଛନ୍ତି । ଅନେକ ଦେଶମାନେ ପରୀକ୍ଷାକୁ ବାତିଲ କରିଥିବାବେଳେ ଅନେକ ରାଜ୍ୟ ସରକାର ମଧ୍ୟ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ସେଥିପାଇଁ ସିବିଏସଇ ପରୀକ୍ଷାକୁ ବାତିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।