ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଶନିବାର ଚିଠି ଳେଖିଛନ୍ତି ପଶ୍ଚିମବଙ୍ଗ ସରକାର । ଏଥିରେ କୁହାଯାଇଛି କି, ବାତ୍ୟା ଅମ୍ପାନ ପାଇଁ ଏବେ ଜିଲ୍ଲା ପ୍ରଶାସନ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ବ୍ୟସ୍ତ ଅଛି । ଯାହାଫଳରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ପକ୍ଷେ ସ୍ପେଶାଲ ଟ୍ରେନ୍ କୁ ରିସିଭ୍ କରିବା ସମ୍ଭବ ନୁହେଁ । ସେଥିପାଇଁ ମେ’ ୨୬ ପର୍ଯ୍ୟନ୍ତ ରାଜ୍ୟକୁ କୌଣସି ବି ଟ୍ରେନ୍ ନପଠାଇବାକୁ ଅନୁରୋଧ ।
ବାତ୍ୟା ଅମ୍ପାନ ପଶ୍ଚିମବଙ୍ଗରେ ଅନେକ କିଛି ଉଜାଡି ଦେଇଛି । ଏହାସହିତ ୮୦ ଲୋକଙ୍କ ଜୀବନ ନେଇଛି ବାତ୍ୟା ଅମ୍ଫାନ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆକାଶମାର୍ଗରୁ ବୁଲି ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହାପରେ ପଶ୍ଚିମବଙ୍ଗ ପାଇଁ ଏକ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ।