ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନିର୍ଭୟା କିଏ? କଣ ହୋଇଥିଲା ତାଙ୍କ ସହିତ? କାହିଁକି ସେ ଦିଲ୍ଲୀ ଯାଇଥିଲେ?
ଏମିତି ଅବାନ୍ତର ପ୍ରଶ୍ନ ଆମେ କରୁନାହୁଁ, ଏହି ସବୁ ପ୍ରଶ୍ନ କରୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । କଥାଟି ଶୁଣିଲା ମାତ୍ରେ ହିଁ ଆଶ୍ଚର୍ଯ୍ୟ ଲାଗୁଥିବ । ଯେଉଁ ନିର୍ଭୟା ଘଟଣାରେ ପୁରା ଦେଶ ମର୍ମାହତ ଆଉ ତାଙ୍କ ନ୍ୟାୟ ପାଇଁ ଆଜି ପର୍ଯ୍ୟନ୍ତ ଦେଶର ସମସ୍ତେ ଅପେକ୍ଷା କରିଛନ୍ତି, ତାଙ୍କୁ ଜାଣି ନାହାନ୍ତି ନିଜେ ଉତ୍ତରପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ।
ନିର୍ଭୟାର ମୃତ୍ୟୁ ପରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ ତାଙ୍କ ଗାଁରେ ନିର୍ଭୟାର ସ୍ମୃତିରେ ଏକ ଚିକିତ୍ସାଳୟ ତିଆରି କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ରେ ହସ୍ପିଟାଲଟି ତିଆରି ହୋଇଗଲା ସତ କିନ୍ତୁ ବର୍ତ୍ତମାନ ଏହି ହସ୍ପିଟାଲ ଅବସ୍ତା ଅତି ସୋଚନିୟ । ଏହାକୁ ପ୍ରତିବାଦ କରି ଗାଁ ଲୋକଙ୍କ ସହିତ ନିର୍ଭୟାର ବାପା ଧାରଣା ଦେଇଥିଲେ । ଧାରଣାକୁ ରୋକିବାକୁ ଯାଇ ସ୍ୱାସ୍ଥ୍ୟ ଅଧିକାରୀ ଓ ନିର୍ଭୟାଙ୍କ ବାପାଙ୍କ ସହିତ ବଚସା ହୋଇଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ଅଧିକାରୀ ନିର୍ଭୟାଙ୍କ ବାପାଙ୍କୁ ଏଭଳି କିଛି ଅବାନ୍ତର ପ୍ରଶ୍ନ କରିଥିଲେ ।
ସାତ ବର୍ଷ ତଳେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଅପରାଧ ବି ଏମିତି ହୋଇପାରେ ତାହା ସାଧାରଣ ମଣିଷ ହୁଏତ ଆଜି ପର୍ଯ୍ୟନ୍ତ ସ୍ୱିକାର କରିପାରିନାହାନ୍ତି । ଅନ୍ୟପଟରେ ପ୍ରତିଦିନ କୋର୍ଟରେ ନିର୍ଭୟା ମାମଲାରେ କିଛି ନା କିଛି ଶୁଣାଣି କରାଯାଉଛି । ପୁରା ଭାରତର ଗଣମାଧ୍ୟମରେ ମଧ୍ୟ ନିର୍ଭୟାର ଚର୍ଚ୍ଚା ସବୁବେଳେ । ଏତେସବୁ ସତ୍ତେ୍ୱ ଖୋଦ ଉତ୍ତରପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତ ଭାବରେ ଲଜ୍ଜାର କଥା । ସ୍ୱାସ୍ଥ୍ୟ ଅଧିକାରୀ ନିର୍ଭୟାର ବାପାଙ୍କ ସହିତ ଏଭଳି ଯୁକ୍ତି କରୁଥିବା ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।