ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀର୍ଷ କମାଣ୍ଡରଙ୍କ ଚାଲିଥିବା ଚାରି ଦିନିଆ ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ରାଜନାଥ ସିଂ । ବର୍ଷକୁ ଦୁଇ ଥର ହେଉଥିବା ଶୀର୍ଷ ସେନା କମାଣ୍ଡର ସମ୍ମିଳନୀ ଅକ୍ଟୋବର ୨୬ ରେ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ଶୀର୍ଷ କମାଣ୍ଡର ସେନାଙ୍କ ନୀତିଗତ ମାମଲାଠୁ ନେଇ ପରିର୍ତ୍ତନ ଚ୍ୟାଲେଞ୍ଜ ଏବଂ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ କରିଥାନ୍ତି ।
ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସହିତ ଗତ ୫ ମାସ ହେବ ଲାଗି ରହିଥିବା ଗତିରୋଧକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ସମ୍ମିଳନୀରେ ଏଲଏସି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହେବ ବୋଲି କୁହାଯାଉଛି ।