ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୃଦ୍ଧି ହେଲା କମିର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦର । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ଦର ୭ ଟଙ୍କା ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍ ୧୭୮୦ ଟଙ୍କାରେ ପହଁଚିଛି ଯାହା ପୂର୍ବରୁ ୧୭୭୩ ଟଙ୍କା ଥିଲା । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି କୌଣସି ପରିବର୍ତ୍ତନ ହୋଇନାହିଁ ।
ପ୍ରତି ମାସ ପହିଲାରେ ଅଏଲ ମାର୍କେଟିଂ କମ୍ପାନୀ ଗୁଡିକ ତୈଳ ଦରରେ ସଂଶୋଧନ କରିଥାନ୍ତି । କିନ୍ତୁ ଏଥର ଜୁଲାଇ ୧ ରେ ସଂଶୋଧନ ହୋଇନଥିଲା ମାତ୍ର ଏବେ କର୍ମସିଆଲ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ହୋଇଛି ।