ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଅପରାହ୍ନ ୧୨ଟାରେ ଦିଲ୍ଲୀ ରାମଲୀଳା ମଇଦାନରେ ମୋଦି ସରକାରଙ୍କ ବିରୋଧରେ ହୁଙ୍କାର ଭରୁଛି କଂଗ୍ରେସ । ମୋଦି ସରକାର ନେଇଥିବା ବିଭିନ୍ନ ନିଷ୍ପତିକୁ ବିରୋଧ କରି କଂଗ୍ରେସ ଭାରତ ବଞ୍ଚାଅ ରାଲି କରୁଛି । ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର, ଅର୍ଥବ୍ୟବସ୍ଥା ଓ ନାଗରିକତା ବିଲ୍ ଆଦି ପ୍ରସଙ୍ଗକୁ କେନ୍ଦ୍ରର କରି ମୋଦି ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ପାଇଁ କଂଗ୍ରେସ ଡାକରା ଦେଇଛି । ଏହି ରାଲି ଅପରାହ୍ନ ୪ ଟା ଯାଏ ଚାଲିବ ବୋଲି ସୂଚନା ମିଳିଛି । ରାମଲୀଳା ମଇଦାନରେ ଆରମ୍ଭ ହୋଇଥିବା ଏହି ରାଲିରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ର୍ରିୟଙ୍କା ଗାନ୍ଧି, ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ମୁଖ୍ୟମନ୍ତ୍ରୀ ଓ ବହୁ ନେତା ମାନେ ଏଥିରେ ସାମିଲ ହୋଇଛନ୍ତି ।
ରାଲିରେ ଯୋଗ ଦେଇଥିବା ଦଳର ବହୁ କର୍ମୀ ଓ ସମର୍ଥକ ମାନେ ରାହୁଲ ମାସ୍କ ପିନ୍ଧି ରାହୁଲ ଗାନ୍ଧିଙ୍କ ପ୍ରତି ଅନୁଗତ୍ୟ ଦେଖାଇଛନ୍ତି । ରାଲିରେ ମୋଦି ପାଇଁ ମାନ୍ଦା ଅବସ୍ଥା ର ନାରା ଦେଉଛନ୍ତି କଂଗ୍ରେସ ସମର୍ଥକ ମାନେ । ଏହି ରାଲିର ନେତୃତ୍ୱ ରାହୁଲ ଗାନ୍ଧି ନେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ସୋନିଆ ଗାନ୍ଧି ଇସ୍ତପା ଦେବେ । ଏହା ପରେ ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି କରାଯିବ ବୋଲି ଆକଳନ କରାଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ରାଲି କରି ରାହୁଲଙ୍କୁ ଆଗକୁ ଆଣିବାକୁ କଂଗ୍ରେସ ଦଳ ଯୋଜନା କରିଛି ।
Thousands have gathered from across India and the electrifying festivities have begun at Ramlila Maidan ahead of the #BharatBachaoRally. pic.twitter.com/nCHaEauJOa
— Youth Congress (@IYC) December 14, 2019