ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଉଦି ଆରବର ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ଙ୍କୁ ଭାରତରେ ସ୍ୱାଗତ କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବୁଧବାର ଏନେଇ କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରାଯାଇଛି କି କ’ଣ ପାକିସ୍ତାନର ତଥାକଥିତ ଆତଙ୍କବାଦୀ ବିରୋଧୀ ପ୍ରୟାସକୁ ପ୍ରଶଂସା କରୁଥିବା ବ୍ୟକ୍ତିକୁ ଆଲିଙ୍ଗନ କରି ପୁଲୱାମା ସହୀଦଙ୍କୁ ମନେ ପକାଇବା ମୋଦିଙ୍କର ଏହି ତରିକା ।
କଂଗ୍ରେସ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି ସାଉଦି ଆରବକୁ ପ୍ରଧାନ ମନ୍ତ୍ରୀ କୁହନ୍ତୁ କି ସେ ଆତଙ୍କବାଦୀ ବିରୋଧୀ ଲଢେଇକୁ ନେଇ ପାକିସ୍ତାନର ପ୍ରଶଂସା କରୁଥିବା ବୟାନରୁ ନିଜକୁ ଅଲଗା କରନ୍ତୁ ।
କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜୱାଲା ବି ବିନ୍ ସଲମାନ୍ ଏବଂ ମୋଦିଙ୍କ ଆଲିଙ୍ଗନ ଫଟୋକୁ ନେଇ ଟ୍ୱିଟ୍ କରିଛନ୍ତି କି, ‘ରାଷ୍ଟ୍ରୀୟ ହିତ ବନାମ ମୋଦି ଜୀଙ୍କ ଆଲିଙ୍ଗନ । ପ୍ରୋଟକଲ ଭାଙ୍ଗି ସେହି ବ୍ୟକ୍ତିଙ୍କର ଭବ୍ୟ ସ୍ୱାଗତ କରିଛନ୍ତି ଯିଏ ପାକିସ୍ତାନକୁ ୨୦ ଆରବ ଡଲାର ଦେବାକୁ ପ୍ରତିଶୃତି ଦେଇଛି ଏବଂ ପାକିସ୍ତାନ ଆତଙ୍କବାଦୀ ବିରୋଧୀ ପ୍ରୟାସକୁ ପ୍ରଶଂସା କରିଛି । ଏହାସହିତ ସେ ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କି ପୁଲୱାମା ସହୀଦଙ୍କୁ ମନେପକାଇବାର ଆପଣଙ୍କର କ’ଣ ଏହି ଉପାୟ ’ ।
National Interests
V/S
Modiji’s 'hugplomacy'Breaking protocol, Grand welcome to those who pledged $20 Billion to Pak & praised Pak’s ‘anti-terror’ efforts.
Is it ur way of remembering martyrs of Pulwama?
1/2 pic.twitter.com/81LIwYuo1b— Randeep Singh Surjewala (@rssurjewala) February 20, 2019
ଖବରମୁତାବକ, ଫେବ୍ରୁଆର ୧୪ ଭାରତବାସୀଙ୍କ ପାଇଁ କଳା ଦିନ ଥିଲା । କାରଣ ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।