ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଦେଶରେ ଡିଜିଟାଲ ପେମେଣ୍ଟର ଚାହିଦା ଅଧିକ ବଢିଯାଇଛି । ସେଥିପାଇଁ ଏହି ଡିଜିଟାଲ ନେଣ-ଦେଣ କ୍ଷେତ୍ରକୁ ଆହୁରୀ ବୃଦ୍ଧି କରିବା ଉଦ୍ଦ୍ୟେଶରେ କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷ ଜାନୁଆରୀରୁ କାଣ୍ଟାକ୍ଟଲେସ କାର୍ଡ ଜରିଆରେ ପେମେଣ୍ଟର ସୀମା ବଢାଇ ୫ ହଜାର ଟଙ୍କା କରିବାର ନିଷ୍ପତି ନେଇଛି । ଅର୍ଥାତ ଏବେ କଣ୍ଟାକ୍ଟଲେସ କାର୍ଡ ଜରିଆରେ ଆଗାମୀ ଜାନୁଆରୀ ମାସରୁ ୫ ହଜାର ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦ୍ୱିମାସିକ ମୌଦ୍ରିକ ନୀତି ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ସେ କଣ୍ଟାକ୍ଟଲେସ କାର୍ଡ ଦ୍ୱାରା ପେମେଣ୍ଟର ସୀମାକୁ ଜାନୁଆରୀ ମାସରୁ ୨ ହଜାରରୁ ବୃଦ୍ଧି କରି ୫ ହଜାର ଟଙ୍କା ଘୋଷଣା କରିଛନ୍ତି । ଏହାସହିତ ବହୁତ ଶୀଘ୍ର ଆରଟିଜିଏସ ସିଷ୍ଟମକୁ ୨୪ ଘଣ୍ଟିଆ କରିବା ପାଇଁ ମଧ୍ୟ ଏଥିରେ କୁହାଯାଇଛି ।
କଣ୍ଟାକ୍ଟଲେସ କାର୍ଡ ଜରିଆରେ ପେମେଣ୍ଟ କରିବା ସୁରକ୍ଷିତ ହୋଇଥାଏ । କାରଣ ପେମେଣ୍ଟର ଏହି ପ୍ରକ୍ରିୟାରେ କଣ୍ଟାକ୍ଟଲେସ ଏନଏଫସି କାର୍ଡ ରେ କାର୍ଡ କୁ କାର୍ଡ ରିଡର ନିକଟରେ ରଖି ପଢାଯାଇଥାଏ ।