ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ରାଜକ୍ଷମା ଆବେଦନ କରିଛଇ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଆଉ ଜଣେ ଦୋଷୀ ଅକ୍ଷୟ । ଅକ୍ଷୟ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜକ୍ଷମା ଆବେଦନ କରିଛି । ରାଜକ୍ଷମା ଆବେଦନ ପରେ ଅକ୍ଷୟ ପାଖରେ ଆଉ ଏକ ବିକଳ୍ପ ରହିଛି ସେ ଏହି ଆଦେନକୁ ନେଇ ସୁପ୍ରିକକୋର୍ଟରେ ଚ୍ୟାଲେଞ୍ଜ କରି ପାରିବ । ସେତେବେଳେ ଯଦି ଅଦାଲତ ଏହାକୁ ଖାରଜ କରିଦେବେ ତେବେ ଅକ୍ଷୟ ଫାଶୀରୁ ମୁକୁଳିବା ପାଇଁ ସମସ୍ତ ରାସ୍ଥା ବନ୍ଦ ହୋଇଯିବ । ସୂଚନାଯୋଗ୍ୟ ଆଜି ରାଷ୍ଟ୍ରପତି ଦୋଷୀ ବିନୟର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ସେ ଗତ ବୁଧବାର ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ରାଜକ୍ଷମା ଆବେଦନ କରିଥିଲା ।
ବିନୟ ମଧ୍ୟ ଫାଶୀକୁ ଟାଳିବା ପାଇଁ ଏବେ ସୁପ୍ରିମ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ପୁୂର୍ବରୁ ପଟିଆଲା ହାଉସ କୋର୍ଟ ଆଜି ଦିନ ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ । ମାତ୍ର ଅଭିଯୁକ୍ତ ମାନେ ଆଇନର ବ୍ୟବସ୍ଥାକୁ ଢାଲ କରି ଫାଶୀ ତାରିଖକୁ ବାରମ୍ବାର ଘୁଞ୍ଚାଇବାରେ ସଫଳ ହେଉଛନ୍ତି । ଗତକାଲି ଅଭିଯୁକ୍ତ ବିନୟ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେ ଦର୍ଶାଇଥିଲା କି ଏବେ ମଧ୍ୟ ତା ପାଖରେ ରାଜକ୍ଷମା ଆବେଦନ କରିବା ପାଇଁ ବିକଳ୍ପ ବାକି ରହିଛି । ତେବେ ଏହି ଆବେଦନ ପରେ ଆଜି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।