ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନ ଯେତେ ପାଖେଇ ଆସୁଛି ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ସେତେ ଚେଷ୍ଟା କରୁଛନ୍ତି ଅଭିଯୁକ୍ତ ଏବଂ ତାଙ୍କ ଓକିଲ । ବାରମ୍ବାର ଆଇନର ଗଳାବାଟ ଖୋଜୁଛନ୍ତି ଅଭିଯୁକ୍ତ । ଫାଶୀ ତାରିଖକୁ ପୁଣି ଘୁଞ୍ଚାଇବା ପାଇଁ ପୁଣି ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ଅକ୍ଷୟଙ୍କ ଓକିଲ ଏହି ଆବେଦନ କରିଛନ୍ତି । ଅଭିଯୁକ୍ତଙ୍କ ଓକିଲ ଆବେଦନରେ ଦର୍ଶାଇଛନ୍ତି ଅକ୍ଷୟଙ୍କ ପାଖରେ ଫାଶୀକୁ ଟାଳିବା ପାଇଁ ଏକାଧିକ ଆଇନ ଗତ ମାଧ୍ୟମ ରହିଛି ।କାରାଗର ନିୟମ ଅନୁସାରେ ରାଜକ୍ଷମା ଆବେଦନ ସମେତ ସମସ୍ତ ଅଭିଯୁକ୍ତଙ୍କ ଆଇନଗତ ବିକଳ୍ପ ଶେଷ ନହେବା ପର୍ଯ୍ୟନ୍ତ ଘଟଣାରେ ସାମିଲ ଥିବା କୌଣସିବି ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ।
ଏହି ଆବେଦନର ଶୁଣାଣୀ ଆଜି ଅପରାହ୍ନରେ ହେବ ବୋଲି ଜଣା ପଡିଛି । ସ୍ୱତନ୍ତ୍ର ବିଚାରପତି ଏକେ ଜୈନ ଏହି ମାମଲାର ଶୁଣାଣୀ କରିବେ । ଅନ୍ୟପଟେ ଅପରାଧୀ ମୁକେଶ ସିଂହର ପିଟିସନ ବୁଧବାର ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ଏଣୁ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶରୁ ବର୍ତ୍ତିବା ଲାଗି ଆଇନରେ ଥିବା ସମସ୍ତ ବିକଳ୍ପ ମୁକେଶ ଲାଗି ବନ୍ଦ ହୋଇଯାଇଛି। ସେପଟେ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି । ପବନ ଗୁପ୍ତା ଏଯାବତ କ୍ୟୁରି ପିଟିସନ କି ରାଜକ୍ଷମା ଆବେଦନ କରି ନାହିଁ । ତେବେ ଏହି ପୁରା ପକ୍ରିୟା ଉପରୁ ଆଜି ପରଦା ହଟିବା ସହିତ କେବେ ଫାଶୀ ହେବ ତାହା ସ୍ପଷ୍ଟ ହୋଇପାରେ ।