ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରି ସାରିଛି । ସାରା ବିଶ୍ୱ ଏବେ କରୋନା କବଳରୁ ମୁକୁଳିବା ପାଇଁ ତ୍ରାହି ତ୍ରାହି ଡାଖ ଛାଡୁଛନ୍ତି । ସବୁଠାରୁ ବଡ କଥା ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକା ସତେତ ଅନେକ ୟୁରୋପୀୟ ଦେଶରେ ଏବେ କରୋନା ବେକାବୁ ହୋଇ ସାରିଛି । ପ୍ରତ୍ୟକ ଦିନ ଏଠାରେ ହଜାର ହଜାର ଲୋକଙ୍କର ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲୁଛି । କାହା ଜୀବନ କେତେବେଳେ ଚାଲିଯିବ କେହି ଜାଣି ନାହାନ୍ତି । କାରଣ କରୋନା ଯେଉଁଭଳି ଭାବେ ବିସ୍ତାର କରୁଛି ଯଦି ଏହା କାବୁକୁ ନ ଆସୁଛି ତେବେ ପରିସ୍ଥିତି ଆଉ ଗୋଟେ ଘନ ଅନ୍ଧକାର ଭିତରକୁ ଗତି କରୁଛି । କାରଣ ଏପଟୁ ମାରିଲେ ଗୋ ହତ୍ୟା ସେପଟୁ ମାରିଲେ ନରହତ୍ୟା ।
ଗୋଟେ ପଟେ ଜୀବନ ଆପଣେଇଲା ବେଳକୁ ଆଉ ଗୋଟେ ପଟେ, ଭୋକ ତାର ତାଣ୍ଡବ ଦେଖାଉଛି । ମଝି ନଦୀରେ ଏବେ ଦିଟା ନାଆ ରେ ଗୋଡ ଦେଇ ଠିଆ ହୋଇଛି ମଣିଷ । ନାଁ ଏକୂଳକୁ ଆସି ପାରୁଛି ନାଁ ସେ କୂଳକୁ ଯାଇ ପାରୁଛି । ପୁରା ମାନବ ସମାଜ ଏବେ ଗୋଟେ ଅଦୃଶ୍ୟ ଶକ୍ତି ଶହ ଲଢେଇ କରୁଛି । ବଞ୍ଚିବା ପାଇଁ ଲକ ଡାଉନ ଗୋଟେ ମାଧ୍ୟମ ରହିଥିବା ବେଳେ ସେପଟେ ଏହା ଅଧିକ ଦିନ ରହିଲେ ଦେଶର ଅର୍ଥନୀତି ଭୁସୁଡି ପଡିବ । ସେ ଦୁଃଖ ଠାରୁ ଏଦୁଃଖ ଆହୁରି ବଳେଇ ଯିବ । ଯାହାକୁ ନେଇ ଏବେ ଆମେରିକାରେ ଅସନ୍ତୋଷ ଦେଖା ଯିବାକୁ ଲାଗିଛି । ଗୋଟେ ପଟେ ଟ୍ରମ୍ପ ଅର୍ଥନୀତି ଉପରେ ଜୋର ଦେଲା ବେଳୁ ଏପଟେ ଜୀବନ ଦୋଛକିରେ । ଯଦି ଅର୍ଥନୀତି ନ ସୁଧୁରେ ଲୋକେ ରୋଗରେ ମରିବା ଭଳି ଭୋକ ଅନାହାରରେ ମରିଯିବେ । କଥାରେ ଅଛି ବସି ଖାଇଲେ ନଦୀ ବାଲି ସରେ ।
ସିଧା କଥାରେ କହିବାକୁ ଗଲେ ମୃତ୍ୟୁ ଝୁଲୁଛି ମୁଣ୍ଡ ଉପରେ । ଯଦି ଆମେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କଥା ଦେଖିବା ଆମେରିକାରେ ଏବେ ସ୍ଥିତି ଅସମ୍ବାଳ ହୋଇ ପଡିଛି । ସୂଚନାଯୋଗ୍ୟ ଆମେରିକାରେ ମୋଟ୍ ୩୭ ହଜାର ୮୭୫ ଜଣ ଆାମେରିକାରେ କରୋନା ମହାମାରୀରେ ପ୍ରାଣ ହରାଇଥିବା ବେଳେ ୭ ଲକ୍ଷ ୧୦ ହଜାର ୨୭୨ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ସାରା ବିଶ୍ୱ କଥା ଯଦି ଆମେ ଦେଖିବା ୨୨ ଲକ୍ଷ ୬୫ହଜାର ୪୦୬ ଜଣ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୭ହଜାରକୁ ବୃଦ୍ଧି ଘଟିଛି । ଅବଶ୍ୟ ଭାରତରେ ଏବେ ସ୍ଥିତି ଟିକେ ସୁଧାରକୁ ଆସିଛି । ଭାରତରେ ଯଦି ଆସନ୍ତା ୨ ସପ୍ତହ ଲୋକମାନେ ଲକ ଡାଉନକୁ କଡକଡି ପାଳନ କରିବେ ଓ ସାମାଜିକ ଦୂରତା ରକ୍ଷା କରିବେ ଆଶା କରାଯାଉଛି ହୁଏତ ଭାରତ ଏହି ମହାମାରୀରୁ ମୁକୁଳି ଯିବ ।